ଭୁବନେଶ୍ୱର : ଡ଼ିଷ୍ଟ୍ରିକ୍ଟ ସେଣ୍ଟର୍ ଆକ୍ସିସ୍ ବ୍ୟାଙ୍କରେ ଲାଗିଲା ନିଆଁ । ଇଲେକ୍ଟ୍ରି ପ୍ୟାନେଲରେ ସର୍ଟ ସର୍କିଟ ଯୋଗୁଁ ଘଟିଲା ଅଗ୍ନିକାଣ୍ଡ। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡ଼ିଷ୍ଟ୍ରିକ୍ଟ ସେଣ୍ଟର୍ ଆକ୍ସିସ୍ ବ୍ୟାଙ୍କରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ମାତ୍ର ୫ ମିନିଟ୍ ଜଳିବା ଭିତରେ ଫାୟାର ଏଷ୍ଟିନଗ୍ୟୁଇସର୍ ସାହାଯ୍ୟରେ ବ୍ୟାଙ୍କ୍ କର୍ମଚାରୀ ନିଆଁ ଲିଭାଇ ଥିଲେ। ଖବର ପାଇ ଦମକଳ ବାହୀନି ଘଟଣା ସ୍ଥଳକୁ ଆସିଥିଲେ | କେହି ଆହତ ହୋଇନଥିବା ସୂଚନା ଦେଇଛନ୍ତି ମେଣ୍ଟେନାନ୍ସ ବିଭାଗର ଇଂଜିନିୟର।