ବାର ଭିତରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ଅଭିଯୋଗ
ନିଶାଶକ୍ତ ଅବସ୍ଥାରେ କିଛି ମଦ୍ୟପ ଯୁବତୀଙ୍କୁ ଟଣା ଓଟରା କରିବା ନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ
ଭୁବନେଶ୍ୱର/ସରୋଜ ରାଉତ : ଥମୁନି ବାରରେ ଗଣ୍ଡଗୋଳ। ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହେଲା ବାର୍। ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ସହ ହେଲା ସଂଘବଦ୍ଧ ଆକ୍ରମଣ। ଆକ୍ରମଣରେ ଖଣ୍ଡିଆଖାବରା ହେଲେ ଯୁବତୀ। ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ।
ବିଳମ୍ବିତ ରାତିରେ ସ୍ଥାନୀୟ ଇନ୍ଫୋସିଟି ଥାନା ଅଧୀନରେ ଥିବା ଆଙ୍ଗନ୍ ବାରରେ ଯୁବତୀ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କୁ ଅସଦାଚରଣ ସହ ହୋଇଛି ସଂଘବଦ୍ଧ ଆକ୍ରମଣ। ଆକ୍ରମଣ ଯୁବକ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ମୁହଁର ବିଭିନ୍ନ ଜାଗାରେ କ୍ଷତ ସୃଷ୍ଟି ହୋଇଛି। ଏନେଇ ପ୍ରେମୀ ଯୁଗଳ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇବା ସହ ସ୍ଥାନୀୟ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ। ତେବେ ବାରମ୍ଵାର ଏପରି ଘଟୁଥିଲେ ସୁଧା ପୁଲିସ୍ ଓ ଅବକାରୀ ବିଭାଗ ଦ୍ଵାରା କୌଣସି ପଦକ୍ଷେପ ନିଆ ଯାଉ ନଥିବା ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା।