ପୁରୀ/ ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟ ଘଟଣାରେ ଜଣେ ଆଇଆରବି ଜୱାନ ନିଲମ୍ବିତ । ଆଜି ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମଦ୍ୱାରରେ ସୁଭାଶିଷ ଦାସ ନାମକ ଜଣେ 3rd IR. Bn. କୋରାପୁଟର ସିପାହୀ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା କରି ଜନୈକ ଯାତ୍ରୀ ଗୁମାସ୍ତାଙ୍କ ଠାରୁ ଟଙ୍କା ନେବା ଅଭିଯୋଗରେ ପୁରୀ ଏସପି ତାଙ୍କୁ ତତକ୍ଷଣାତ ସସପେଣ୍ଡ କରିଛନ୍ତି । ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ ମିଶ୍ର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା ଅଧିକାରୀ କୌଶିକ ନାୟକଙ୍କୁ ଘଟଣାର ତଦନ୍ତ କରି ସମ୍ପୁର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।