କେତକିଶ୍ୱର ଘାଟିରୁ ମିଳିଲା କୁନି କାଉଡିଆଙ୍କ ଶବ

ଜଗତସିଂହପୁର/ ପ୍ରତାପ କୁମାର ସିଂ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପ୍ରସିଦ୍ଧ ବାବା ଗୋରେଖନାଥଙ୍କ ପୀଠରେ କାଉଡିଆମାନେ ପାଣି ଢ଼ାଳିବା ନିମନ୍ତେ ରବିବାର ଅପରାହ୍ନରେ ଆଳିପିଙ୍ଗଳ ସ୍ଥିତ ଦେବୀନଦୀର କେତକିଶ୍ୱର ଘାଟିରୁ ହଜାର ହଜାର ଶିବ ଭକ୍ତ ପୂଜାର୍ଚ୍ଚନା କରି ପାଣି ଉଠାଇବା ବେଳେ ହଠାତ ଅଘଟଣ ଘଟିଥିଲା । ତିର୍ତ୍ତୋଲ ବ୍ଲକ ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନଙ୍କ ନାବାଳକ ପୁଅ ସୂର୍ୟ୍ୟକାନ୍ତ ତାର ତିନି ସାଥିଙ୍କ ସହ ପାଣି ଉଠାଇବା ସମୟରେ ହଠାତ ସମସ୍ତ ସାଥି ବୁଡି ଯାଇଥିଲେ । ଘଟଣା ସ୍ଥଳରୁ ୩ଜଣ ସାଥୀଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସୂର୍ୟ୍ୟକାନ୍ତ ରବିବାର ଅପରାହ୍ନରୁ କେତକିଶ୍ୱର ଘାଟିରୁ ବୁଡ଼ିଯାଇ ନିଖୋଜ ହେବାରୁ ଖବର ପାଇ ଜଗତସିଂହପୁର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଅନେକ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ଆଜି ମଧ୍ୟାହ୍ନରେ ନଦିଗର୍ଭରେ ଥିବା ଟାପୁରେ ଜାଲ ପକାଇବାରୁ ସୂର୍ୟ୍ୟକାନ୍ତ ହାତରେ ଜାଲ ଗୁଡ଼ାଇ ହୋଇଯାଇଥିଲା ।ତାହା ପରେ ଓଡ୍ରାଫ ଟିମ ନଦୀ ଟାପୁରେ ପୋତିହୋଇ ମୃତ୍ୟୁ ବରଣ କରିଥିବା ସୂର୍ୟ୍ୟକାନ୍ତଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୂର୍ୟ୍ୟକାନ୍ତକୁ ଆଣିବାପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।