ଢେଙ୍କାନଳ: ଶିକ୍ଷୟିତ୍ରୀଙ୍କ ମାଡରେ ଛାତ୍ର ଗୁରୁତର । ଏପରି ଏକ ଅଭାବିନୀୟ ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ ପ୍ରାଇମେରୀ ବିଦ୍ୟାଳୟରେ ।ଏପରି ହୋଇଛି ଷଷ୍ଠ ଶ୍ରେଣୀ ଛାତ୍ର ଗଣପତି ମହାନ୍ତଙ୍କ ସହ । ଗଣପତିଙ୍କ ମା ସାଥିରେ ନେଇ ବିଦ୍ୟାଳୟରେ ଛାଡି ଆସିଥିଲେ । ଛାଡି ଆସିବାର ପନ୍ଦର ମିନିଟ ପରେ ବିଦ୍ୟାଳୟରୁ ଖବର ଦିଆ ଯାଇଥିଲା ଯେ ତାଙ୍କ ପୁଅ ଅସୁସ୍ଥ ଅଛନ୍ତି ତାଙ୍କୁ ମେଡିକାଲକୁ ନିଅନ୍ତୁ ।
ଛାତ୍ରଙ୍କ ମାଆ ଓ ଅଜା ଦୁହେଁ ବିଦ୍ୟାଳୟରେ ପହଞ୍ଚି ଗୁରୁତର ଛାତ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ମେଡିକାଲରେ ଛାତ୍ରଙ୍କୁ ପଚାରିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାମା ମିସ୍ ପାର୍ଥନା ସଭାରେ ଛାତିକୁ ମୁଥା ମାରିଥିବା ଜଣାପଡିଛି । ତେବେ ଛାତ୍ର ଜଣଙ୍କ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ଦିଲ୍ଲୀପ ମହାନ୍ତଙ୍କ ପୁଅ ବୋଲି ଜଣାପଡିଛି ।