ଆର୍ଥିକ ସଙ୍କଟ ଦୂରେଇବାକୁ ହେଲେ ଅଣଦେଖା କରନ୍ତୁନି ଏହିସବୁ ନିୟମ: ଜାଣନ୍ତୁ ବାସ୍ତୁଶାସ୍ତ୍ରର ସରଳ ନିୟମ

ବ୍ୟୁରୋ : ଜୀବନରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । ବାସ୍ତୁଶାସ୍ତ୍ର ଜୀବନଶୈଳୀ ଉପରେ ବିଭିନ୍ନ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ର ଅନେକ ସମସ୍ୟା ସମାଧାନ କରିଥାଏ । ସେଥିପାଇଁ ଲୋକେ ଘର ତିଆରି କରିବା ପୂର୍ବରୁ ବାସ୍ତୁଶାସ୍ତ୍ରର ସବୁ ଦିଗ ପ୍ରତି ଦୃଷ୍ଟି ନେଇ ଘର ତିଆରି କରିଥାନ୍ତି । ବାସ୍ତୁ ନିୟମ ଅନୁସରଣ କରି ଜୀବନକୁ ସୁଖମୟ କରାଯାଇପାରିବ । ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି ଯାହାକୁ ଅଣଦେଖା କରିବା ଦ୍ୱାରା ଜୀବନ ଉପରେ ତାର ନକାରାତ୍ମକ ପ୍ରଭାବ ପଡିଥାଏ । ନକାରାତ୍ମକ ପ୍ରଭାବ ଅନେକ ସମସ୍ୟା ସୃଷ୍ଟି କରିପାରେ । ବାସ୍ତୁଶାସ୍ତ୍ରର ଏହି ସରଳ ନିୟମ ପାଳନ କରିବା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ପଡିବ । ବାସ୍ତୁଶାସ୍ତ୍ରରେ ଏମିତି ବି କିଛି ନିୟମ ରହିଛି ଯାହାକୁ ଅଣଦେଖା କଲେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇପାରେ |

ଜାଣନ୍ତୁ ବାସ୍ତୁଶାସ୍ତ୍ରର ସରଳ ନିୟମ :
୧. ଘର ସର୍ବଦା ସଫା ସୁତୁରା ଓ ସ୍ୱଚ୍ଛ ରଖିବା ଉଚିତ ।
୨. ଘରେ ଯେଉଁ ସ୍ଥାନରେ ଟ୍ରେଜେରି ଅଛି ବା ଧନ ରଖନ୍ତି ସେଠାରେ ବୁଢିଆଣୀ ଜାଲ ରହିବାକୁ ଦିଅନ୍ତୁନି, ସର୍ବଦା ସଫା ରଖନ୍ତୁ ।
୩. ଟଙ୍କା ରଖୁଥିବା ଆଲମିରା ବା ଟ୍ରେଜେରି ଏହିଭଳି ରଖନ୍ତୁ ଯେପରି ତାହା ଉତ୍ତର ଦିଗ ଆଡକୁ ଖୋଲୁଥିବ ।
୪. ଯେଉଁ ଆଲମିରାରେ ଆପଣ ଟଙ୍କା, ଗହଣା ଆଦି ରଖୁଛନ୍ତି ତାହା କେବେ ବି ଦକ୍ଷିଣ ଦିଗ ଆଡକୁ ଖୋଲିବା ଉଚିତ ନୁହେଁ, ତାର ମୁହଁ ଉତ୍ତର ଆଡକୁ ରହିବା ଉଚିତ ।
୫. ଘରେ ଅଯଥା ପାଣି ନଷ୍ଟ କରନ୍ତୁନି, ଘରେ ନଳରୁ ପାଣି ଝରିବା ଶୁଭ ନୁହେଁ, ଘରେ ଅଯଥା ନଳରୁ ପାଣି ଝରୁଥିଲେ ଟଙ୍କା ରହେନାହିଁ ଏବଂ ଆର୍ଥିକ ସଙ୍କଟ ଦେଖାଦିଏ ବୋଲି କୁହାଯାଏ ।
୬. ଖାଇବା ବେଳେ ମନେ ରଖିବେ, ଭୋଜନ ଥାଳିକୁ କୌଣସି ପିଢା କିମ୍ୱା ଆସନରେ ସମ୍ମାନର ସହ ରଖିବା ଉଚିତ, ଅନ୍ନକୁ ସର୍ବଦା ସମ୍ମାନ ଦେବା ଉଚିତ ।
୭. ଖାଇବା ପରେ ଭୋଜନ ଥାଳିରେ କେବେ ବି ହାତ ଧୁଅନ୍ତୁ ନାହିଁ । ରାତିରେ ଘରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ, ବାସନ ସଫା କରି ଶୋଇବା ଉଚିତ ।
୮. ଘରର ରୋଷେଇ ଘର ସବୁବେଳେ ଆଗ୍ନେୟ କୋଣରେ ରହିବା ଉଚିତ ।
୯. ଟଏଲେଟ, ଗାଧୁଆ ଘର, ରୋଷେଇ ଘର ଗୋଟିଏ ସିଧାରେ ନିର୍ମାଣ କରିବା ଉଚିତ ନୁହେଁ ।
୧୦. ଘରର ରୋଷେଇ ଘର ଓ ଟଏଲେଟ କବାଟ କେବେ ବି ଓ ମ୍ନାସାମ୍ନି ରଖିବା ଉଚିତ ନୁହେଁ ।