ବିଦ୍ୟାଳୟ ପରିସରରେ ପଳିତ ହୋଇଯାଇଛି ବନ ମହୋତ୍ସବ ସପ୍ତାହ

କଳାହାଣ୍ଡି / ଜନକ ପୋଡ଼ : ବିଦ୍ୟାଳୟ ପରିସରରେ ପଳିତ ହୋଇଯାଇଛି ବନ ମହୋତ୍ସବ ସପ୍ତାହ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଘଣ୍ଟାମାଲ ବିଘ୍ନେଶ୍ୱର ହାଇ ସ୍କୁଲ ଠାରେ ୭୪ତମ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଲଳିତ କୁମାର ସାହୁଙ୍କ ଅଧକ୍ଷତାରେ ହୋଇଥିବା ବେଳେ ସହ ଶିକ୍ଷକ ତରୁଣ କୁମାର ନାୟକ, ଶତ୍ରୁଘନ ସେଠୀ, ଧରଣୀଧର ପ୍ରଧାନ ଓ ପବିତ୍ର ପ୍ରଧାନ ଯୋଗ ଦେଇ ପରିବେଷ ଓ ବୃକ୍ଷ ରୋପଣ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ସଚେତନତା କରେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ଇନ୍ଦୁ ଭୂଷଣ ଧଙ୍ଗଡା ମାଝୀ, ବନରକ୍ଷୀ ତୁଳସୀ ସ୍ୱାଇ , ରୋମାଞ୍ଚଚଳ ବାଗ ଏବଂ ଘଣ୍ଟାମାଲ ସରପଞ୍ଚ ଦେବେନ୍ଦ୍ର ସା ଉପସ୍ଥିତ ରହି ଜଙ୍ଗଲକୁ କିଭଳି ସୁରକ୍ଷା ଦେବା ସେ ବିଷୟରେ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ । ପରେ ଉପସ୍ଥିତ ସମସ୍ତ ଅତିଥି ଛାତ୍ରଛାତ୍ରୀଙ୍କ ସହଯୋଜରେ ବୃକ୍ଷ ରୋପଣ କରାଯାଇଥିଲା ।