ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘରେ ଭିଜିଲାନ୍ସର ରେଡ୍ । ସରକାରୀ କ୍ବାର୍ଟସ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବା ସୂଚନା ମିଳିଛି । ସୁନ୍ଦରଗଡ଼ରେ ଥିବା ସରକାରୀ କାର୍ୟ୍ୟାଳୟ, ସରକାରୀ କ୍ବାର୍ଟର୍ସ ଓ ସୁନ୍ଦରଗଡ଼ କେନ୍ଦୁପଡ଼ାରେ ଥିବା ଭଡ଼ା ଘରେ ଚାଲିଛି ଭିଜିଲାନ୍ସ ରେଡ୍। ସେହିପରି ଭଦ୍ରକ ଟାଉନର ଆଚାର୍ୟ୍ୟନଗରରେ ରହିଛି ଦୁଇ ମହଲା କୋଠା, ବନ୍ତରେ ଥିବା ପୈତୃକ ଘରେ ଚାଲିଛି ରେଡ୍ । ଭଦ୍ରକ ତିହିଡି ସିଢ଼ୋଳରେ ଥିବା ଶ୍ବଶୁର ଘରେ ଚାଲିଛି ରେଡ୍।
ପୂର୍ବରୁ ଲେଫ୍ରିପଡ଼ା ଜଡଊର ଇନଚାର୍ଜ ଥିଲେ ସଞ୍ଜୟ କୁମାର ବେହେରା । ତେଣୁ ଲେଫ୍ରିପଡ଼ାରେ ଥିବା ସରକାରୀ କାର୍ୟ୍ୟାଳୟ ଓ କ୍ବାର୍ଟ୍ସରେ ଭିଜିଲାନ୍ସ ରେଡ୍ ହୋଇଛି । ସଞ୍ଜୟ କୁମାରଙ୍କ ନାଁରେ ରହିଛି ଦେଢକୋଟିର ଇନସ୍ୟୁରାନ୍ସ ଜମା । DSP ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାଉରକେଲା ଭିଜିଲାନ୍ସ ଟିମ୍ ଦ୍ୱାରା ଚଢ଼ାଉ ଜାରି ରହିଛି । ଚଢାଉରେ ୪ ଜଣ ଊଝଚ, ୧୦ ଜଣ ଇନ୍ସପେକ୍ଟର, ୪ ଜଣ DSP ସମେତ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।