ବିଶାଖାପାଟଣା ସ୍ଥିତ ଓଡିଶା ରୋଗୀ ସହାୟତା କେନ୍ଦ୍ରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର:ବିଶାଖାପାଟଣା ସ୍ଥିତ ଓଡିଶା ରୋଗୀ ସହାୟତା କେନ୍ଦ୍ରର ସୁବିଧା ଜାରି ରହିବ ଚଳିତବର୍ଷ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା ।  ଉପକୃତ ହେବେ ଚିକିତ୍ସା ପାଇଁ ଯାଉଥିବା ମାଲକାନଗିରିର ଗରିବ, ଆଦିବାସୀ ଲୋକ ।

ବିଶାଖାପାଟଣା ସ୍ଥିତ ଓଡିଶା ରୋଗୀ ସହାୟତା କେନ୍ଦ୍ରର ସୁବିଧା ଜାରି ରହିବ ଚଳିତବର୍ଷ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା । ଉପକୃତ ହେବେ ଚିକିତ୍ସା ପାଇଁ ଯାଉଥିବା ମାଲକାନଗିରିର ଗରିବ, ଆଦିବାସୀ ଲୋକ ।ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ (Patients’ Facilitation Center) ର ଅବଧିକୁ ରାଜ୍ୟ ସରକାର ଆଉ ବର୍ଷେ (୨୦୨୩-୨୪) ପାଇଁ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି ।