ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ପରୀକ୍ଷା ଫଳ ଜୁନ୍ ୨ ତାରିଖ ଅର୍ଥାତ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ‘ଓଜେଇଇ’ର ୱେବ୍ସାଇଟ୍ରୁ ଏହି ଫଳାଫଳ ଜାଣିପାରିବେ । ଦିନ ୧୧ ଟାରେ ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ୱେବ୍ ସାଇଟ୍ ରୁ ନିଜ ରେଜଲ୍ଟ ପାଇ ପାରିବେ। ମେ’ ୮ରୁ ମେ’ ୧୫ ପର୍ୟ୍ୟନ୍ତ ହୋଇଥିଲା ପରୀକ୍ଷା ହୋଇଥିଲା । ଚଳିତବର୍ଷ ୫୫ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ରାଜ୍ୟରେ ୪୪ ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ ଟି କେନ୍ଦ୍ର କରାଯାଇଥିଲା। ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେଶଡ୍ ମୋଡରେ ହୋଇଥିଲା ପରୀକ୍ଷା।