ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିବା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନେଇ ଯାଞ୍ଚ କରାଯାଇଥିଲା । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନ୍ସାଫ ଏକ ଭିଡିଓ ଟ୍ୱିଟ କରି ଇମ୍ରାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ସୂଚନା ଦେଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଇମ୍ରାନ ଖାନ ଜମାନ ପାର୍କସ୍ଥିତ ତାଙ୍କ ଘରୁ ହସ୍ପିଟାଲ ଯାଉଛନ୍ତି। ଇମ୍ରାନଙ୍କୁ ଲାହୋରର ଶୌକତ୍ ଖାନୁମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। କୁହାଯାଇଛି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଇମ୍ରାନ କାନ୍ଦି ପକାଇଥିଲେ ଯାହା ଫଳରେ ତାଙ୍କୁ ଶୀଘ୍ର ହସ୍ପିଟାଲ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା ।