ମେ ‘ରେ ହେବ ପରିଣୀତି ଓ ରାଘବଙ୍କ ନିର୍ବନ୍ଧ

ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି

(ମୁମ୍ବାଇ) :  ସବୁ ଅପେକ୍ଷାର ଅନ୍ତ କରି ନିର୍ବନ୍ଧ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  ଆପ୍‌ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନ‌ରେ ବାନ୍ଧିହେବ ବୋଲି ଜଣାପଡିଛି । ସେମାନେ ରାଜଧାନୀ ଦିଲ୍ଲୀଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ସ୍ଥିର କରିଛନ୍ତି ।

ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଥିବା ଖବର ପ୍ରକାଶ ପାଇଥିଲା। କେବଳ ଠାରେ ନୁହେ ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି। ପୂର୍ବରୁ ପରିଣୀତିଙ୍କ ସାଙ୍ଗ ତଥା ଗୀତିକାର ହାର୍ଡି ସନ୍ଧୁ ପରିଣୀତି ଓ ରାଘବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି  ସ୍ୱଷ୍ଟ କରିଥିଲେ।

 

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବ‌ୋଲି ଶୁଣିବାକୁ ମିଳିଥିଲା।