ସାଧାରଣ ନିର୍ବାଚନ ପାଇଁ ମହିଳା ସମାବେଶ କରି ବଳ ଗୋଟାଉଛି ବିଜେଡି

ବାଲେଶ୍ଵର / ଅଜିତ କୁମାର ସାହୁ: ଆଗକୁ ଆସୁଚି ସାଧାରଣ ନିର୍ବାଚନ । ନିର୍ବାଚନ ବୈତରଣୀ ପାରି ହେବାପାଇଁ ପ୍ରତେକ ଦଳ ନିଜ ନିଜର ରଣ କୌଶଳ ଆରମ୍ଭ କରିଥିବା ବେଳେ, ଶାସକ ବିଜେଡି ଦଳ କିନ୍ତୁ ଆଗରେ ରହିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୨୬ ତମ ଜୟନ୍ତୀ ଅବସରରେ, ବସ୍ତା ବ୍ଲକ ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଭେଲୋରା ତାରିଣୀ ପଡ଼ିଆ ରେ ବିଶାଳ ମହିଳା ସମାବେଶ କରି ଶାସକ ବିଜେଡି ଦଳ ବଳ ଗୋଟାଇବା ଆରମ୍ଭ କରିଛି। ଏହି ସମାବେଶରେ ରାଜ୍ୟ ସରକାରଙ୍କ ପର୍ୟ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ ମହିଳା ଆଗେଇଲେ ରାଜ୍ୟ ତଥା ଦେଶ ଆଗେଇବ ବୋଲି ମତ ପ୍ରକାଶ କରିଥିଲେ। ସେଥିପାଇଁ ମହିଳା ମାନଙ୍କୁ ଆଗକୁ ନେବାପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ମହିଳା କାର୍ୟ୍ୟକାରିଣୀ ସଭା ନେତ୍ରୀ ସୁବାସିନୀ ଜେନା, ଯୋଗ ଦେଇ ନାରୀ ମାନେ କେବେ ଅବଳା କି ଦୁର୍ବଳା ନୁହନ୍ତି ।ଆଜି ନାରୀ ମାନେ ମହା ଆକାଶରେ ପହଞ୍ଚି ପାରୁଛନ୍ତି, ହିମାଳୟ ଭଳି ଉଚ୍ଚତମ ଶୃଙ୍ଗ ଲଙ୍ଘି ପାରୁଚନ୍ତି, ଟ୍ରେନ ଓ ଏରୋପ୍ଲେନ ଚଳାଇ ପାରୁଛନ୍ତି ତାହା ହେଲେ ଆପଣ ମାନେ କାହିଁକି ପାରିବେନି ଭାବି ପଛରେ ରହିବେ। ଆମେବି ପାରିବୁ ଆଉ କାର୍ୟ୍ୟ ରେ କରି ଦେଖେଇବୁ ବୋଲି ଦାମ୍ଭିକତାର ସହିତ କହି ଉପସ୍ଥିତ ହଜାର ହଜାର ମହିଳାଙ୍କୁ ଆହ୍ଵାନ ଦେଇ ଉତ୍ସାହିତ କରିଥିଲେ । ଏହି ମହିଳା ସମାବେଶ ନାରୀନେତ୍ରୀ ବିନ୍ଦୁ ବାଳା ନନ୍ଦୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ବେଳେ , ନାରୀ ନେତ୍ରୀ ମଞ୍ଜୁଳା ସେନାପତି ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳୀ ଦାସ, ଜଳେଶ୍ବର ପଞ୍ଚୟତ ସମିତି ଅଧ୍ୟକ୍ଷ ମାନସ ଜେନା, ଜଳେଶ୍ବର ପୈାରାଧକ୍ଷ ପ୍ରତିପ କୁମାର ପ୍ରଧାନ, ପର୍ୟ୍ୟବେକ୍ଷକ ରଣଜିତ ମହାପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଅନଓ୍ବାରା ବିବି, ତୁଳସୀ କିସ୍କୁ, ମିନତୀ ଜେନା ପ୍ରମୁଖ ମଞ୍ଚାସିନ ଥିଲେ ।