ହିଣ୍ଡେନବର୍ଗ ବିବାଦ: ଯାଞ୍ଚ ପାଇଁ କମିଟି ଗଠନ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଦାନୀ ଉପରେ ଆମେରିକାର ସର୍ଟ ସେଲ କମ୍ପାନୀ ଜାରି କରିଥିବା ରିପୋର୍ଟକୁ ନେଇ ସାରା ଭାରତରେ ବିବାଦ ଦେଖା ଦେଇଛି । ସୁପ୍ରିମକୋର୍ଟ ଏହି ରିପୋର୍ଟ ଉପରେ ଯାଞ୍ଚ କରନ୍ତୁ ବୋଲି ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଏହାସହ ରିପୋର୍ଟ ଉପରେ ଯାଂଚ କରିବାକୁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ଅଧ୍ୟକ୍ଷତା କରୁଥିବା ବେଳେ ବ୍ୟାଙ୍କର କେ.ପି କାମତ, ଓ.ପି ଭଟ୍ଟଙ୍କ ସହ ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକଣୀ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦେବଘର, ବ୍ୟବସାୟୀକ ଆଇନ ବିଶେଷଜ୍ଞ ଓକିଲ ସୋମଶେଖରନ ସୁନ୍ଦରେସନ ସାମିଲ ଅଛନ୍ତି । ସଂପୃକ୍ତ ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି କି ବଜାର ନିୟାମକ ସେବିକୁ ୨ମାସ ମଧ୍ୟରେ ଏହି ମାମଲାର ଯାଂଚ ରିପୋର୍ଟ ଦାଖଲ କରିବା ଆବଶ୍ୟକ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପି.ଏସ ନରସିହ୍ମା ଓ ଜଷ୍ଟିସ ଜେ.ବି ପରିଦୱାଲଙ୍କ ବେଞ୍ଚର ନିଷ୍ପତ୍ତି ମୁ୍ତାବକ ଏକ୍ସପର୍ଟ କମିଟି ନିଜର ରିପୋର୍ଟକୁ ବନ୍ଦ ଲଫାପାରେ ନ୍ୟାୟଳୟରେ ଜମା କରିବେ ।