ରାଇରଙ୍ଗପୁରର ଲୋକପ୍ରିୟ ରାଜ ସାରଙ୍କ ଦେହାନ୍ତରେ ଶୋକରେ ଛାୟା

ମୟୂରଭଞ୍ଜ : ରାଇରଙ୍ଗପୁର ସହରର ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷକ ରାଜ କୁମାର ପାତ୍ରଙ୍କର ଋଷିକେଶ ଏମ୍ସରେ ଗତ ୨୬ ତାରିଖ ଚିକିତ୍ସାଧୀନ ଅବସ୍ଥାରେ ଦିନ ୧୧ଟା ପାଖାପାଖି ସମୟରେ ଦେହାନ୍ତ ହୋଇଯାଇଛି । ସୂଚନାଯୋଗ୍ୟ ରାଜ କୁମାର ପାତ୍ର ଗତ ୨୦ ରୁ ୨୬ ତାରିଖ ପର୍ୟ୍ୟନ୍ତ ୭ ଦିନିଆ ଶିବିରରେ ହରିଦ୍ଵାରର ପାତାଞ୍ଜଳି ଯୋଗ ଓ୍ବେଲନେସ ଗ୍ରାମ ସେଣ୍ଟରରେ ୫୨ ହଜାର ଟଙ୍କା ଦେଇ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ୨୪/୨/୨୩ ରେ ସଂନ୍ଧ୍ୟାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଆଲୋପେଥି ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପାତାଞଳି ଓ୍ବେଲନେସ ସେଣ୍ଟର ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ରାତି ୧୦ ଠାରେ ରାଜାଙ୍କୁ ନେଇ ତାଙ୍କ ପତ୍ନୀ ଅନୀତା ପାତ୍ର ଋଷିକେଶ ଏମସ୍ ରେ ଭର୍ତ୍ତି କରିଥିଲେ । ସେଠାରେ ୨୬ ତାରିଖ ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ଦେହାନ୍ତ ହୋଇଯାଇଥିଲା । ତାଙ୍କର ମୃତଦେହ ଆଜି ଭୋର ସମୟରେ ରାଇରଙ୍ଗପୁର ପହଞ୍ଚିଥିଲା । ତାଙ୍କ ମୃତ୍ୟୁ ଶରୀରକୁ ତାଙ୍କ କାର୍ୟ୍ୟକ୍ଷେତ୍ର ଲିଟିଲ୍ ଫ୍ଲାଓ୍ବାର ସ୍କୁଲକୁ ଅଣାଯାଇଥିଲା । ପରେ ତାଙ୍କର ପୈତୃକ ଗ୍ରାମ ଜାମଦା ବ୍ଳକର ମଧୁପୁର ଗ୍ରାମକୁ ନିଆଯାଇ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ରାଜ ସାର୍ ଜଣେ ଅମାୟିକ,ମେଳାପି, ପରୋପକାରୀ, ସମାଜସେବୀ,ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ରାଇରଙ୍ଗପୁର ସହରର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ସହିତ ଓତଃପ୍ରୋତଭାବେ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ସହର ସମେତ ଜାମଦା ଅଂଚଳରେ ଶୋକରେ ଛାୟା ଖେଳିଯାଇଛି । ବିଶେଷତଃ ଲିଟିଲ୍ ଫ୍ଲାଓ୍ବାର ସ୍କୁଲର ଅଧ୍ୟକ୍ଷ ଶ୍ରୀ କାଳିପ୍ରସନ୍ନ ମହାନ୍ତି, ଅଭିଭାବକ, ଛାତ୍ରଛାତ୍ରୀ ତାଙ୍କର ପ୍ରିୟ ସାରଙ୍କୁ ହରାଇ ଦଂଗାରେ ମ୍ରିୟମାଣ ହେଵା ସହ ଭଗବାନ ତାଙ୍କର ଅମର ଆତ୍ମାର ସ୍ଥିତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।