ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ବୁଲିଦେଖିଲେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ପୂଲ୍ଲେଲ ଗୋପିଚଣ୍ଡ
ଭୁବନେଶ୍ୱର : ଖୋର୍ଦ୍ଧା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ବୁଲିଦେଖିଲେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ପୂଲ୍ଲେଲ ଗୋପିଚଣ୍ଡ। ତାଙ୍କ ସହିତ ଥିଲେ ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା। ଏହି ଷ୍ଟାଡିୟମଟି ଅର୍ବନ୍ ସ୍ପୋର୍ଟସ Infrastructure Development ପ୍ରୋଜେକ୍ଟ ଅନ୍ତର୍ଗତ ନିର୍ମାଣ ଚାଲିଛି।
ଏହି ଯୋଜନାରେ ରାଜ୍ୟ ବ୍ୟାପୀ ୯୦ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ସମସ୍ତ ଷ୍ଟାଡିୟମରେବ୍ୟାଡମିଣ୍ଟନ୍ , TT ହଲ୍, ଜିମ୍ନାସିୟମର ସମସ୍ତ ସୁବିଧା ଉପଲବ୍ଧ ରହିବା। ଏହି ଅବସରରେ ଗୋପିଚଣ୍ଡ କଳିଙ୍ଗ ଷ୍ଟାଡିୟମରେ ଥିବା ବ୍ୟାଡମିଣ୍ଟନ୍ HPC ମଧ୍ୟ ବୁଲି ଦେଖିଥିଲେ |