ଭୁବନେଶ୍ୱର : ଆସନ୍ତା ୨୪ ତାରଖରୁ ତିନି ଦିନ ଧରି ଏଆଇସିସି ବୈଠକ ରାୟପୁର ଠାରେ ଆୟୋଜିତ ହେବାକୁ ଯାଉଛି । ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ପାରିତ ହେବ ବୋଲି କଂଗ୍ରେସ ନେତା ଜୟଦେବ ଜେନା ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସଫଳ ରୂପ ଧାରଣ କରିବା ପରେ ଏବେ ହାଥ ସେ ହାଥ ଯୋଡୋ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ । ଯାହା ଆସନ୍ତା ଜାନୁୟାରୀ ୨୬ ତାରିଖ ରୁ ଆରମ୍ଭ ହୋଇ ଦୁଇ ମାସ ପର୍ୟ୍ୟନ୍ତ ଚାଲିବ । ଘୃଣା ମନଭାବକୁ ଦୁର କରିବା ସହିତ ଅଖଣ୍ଡ ଭାରତର ସୂପ୍ନକୁ ପୂରଣ କରିବା ସହିତ ଭାଇଚାରାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ଯାତ୍ରା କରାଯିବ । ବେକାରୀ ସମସ୍ୟା ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା ହେବ । ଏହା ସହିତ ଦଳ ଆଭିମୁଖ୍ୟ ଏବଂ ଏହି କାର୍ୟ୍ୟକାରୀଣି ବୈଠକରେ କଣ ଆଲୋଚନ ହେବ ତାହାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଜୟଦେବ ଜେନା ।