ଭୁବନେଶ୍ୱର : ସେଣ୍ଟ୍ରାଲ କିଚେନ୍ ଏଜେନ୍ସି ତରଫରୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଥିବା ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ପାଚିକାଙ୍କୁ ନୂଆ ଦାୟିତ୍ବ ମିଳିବ। ଖାଦ୍ୟ ରାନ୍ଧିବା ଦାୟିତ୍ବରୁ ମୁକ୍ତ କରାଯାଇଥିବାରୁ ସେମାନଙ୍କୁ ନୂଆ ଦାୟିତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି । ସେଣ୍ଟ୍ରାଲ କିଚେନ୍ ଏଜେନ୍ସି ତରଫରୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଥିବା ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ପାଚିକାଙ୍କୁ ନୂଆ ଦାୟିତ୍ବ ମିଳିବ। ଖାଦ୍ୟ ରାନ୍ଧିବା ଦାୟିତ୍ବରୁ ମୁକ୍ତ କରାଯାଇଥିବାରୁ ସେମାନଙ୍କୁ ନୂଆ ଦାୟିତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି । ପାଚିକା ତଥା ସହାୟକ ଖାଦ୍ୟ ପରଷିବା ଏବଂ ବାସନ ସଫା ସହ ପିଲାଙ୍କ ହାତଧୁଆ ଏବଂ ପରିମଳ ଆଦି ଦାୟିତ୍ବ ବୁଝିବେ । ଅନ୍ୟପକ୍ଷରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିବା ପୂର୍ବରୁ ପିଲା ଖାଦ୍ୟ ପାଇଁ କୃତଜ୍ଞତା ଜଣାଇବେ । ପିଏମ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ରଘୁରାମ ଆର୍ ଆୟାର ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ, ଜିଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ପାଚିକା ତଥା ସହାୟକଙ୍କ ଦାୟିତ୍ବ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ବିଦ୍ୟାଳୟଗୁଡ଼ିକର ପାଚିକା ଏବଂ ସହାୟକଙ୍କୁ ଛାତ୍ରଛାତ୍ରୀ ଭୋଜନ କରୁଥିବା ସ୍ଥାନକୁ ସଫାସୁତୁରା କରିବା ଦାୟିତ୍ବ ଦେବାକୁ ବହୁ ଜିଲାର ଡିଇଓ, ବିଇଓଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ପରାମର୍ଶ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ପାଚିକା ଓ ସହାୟିକାଙ୍କୁ ସ୍ବଚ୍ଛତା ବଜାୟ ରଖିବା ସହ ପରିସରକୁ ସଫା ରଖିବା ପାଇଁ ନିର୍ଦେଶ ଦେବାକୁ କୁହାଯାଇଛି । ଏଥିସହ ସେମାନେ ହାତ ଧୋଇବା ଜାଗାକୁ ପରିଷ୍କାର କରିବେ । ସମସ୍ତ ପିଲା ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ହାତକୁ ଯେପରି ଭଲଭାବେ ସଫା କରିବେ, ସେଥିପ୍ରତି ଗୁରୁତ୍ବ ଦେବେ। ସମସ୍ତ ପିଲା ଖାଇବା ପୂର୍ବରୁ ସେମାନଙ୍କ ଭୋଜନ ପାଇଁ କୃତଜ୍ଞତା ଜଣାଇବେ । ଭୋଜନ ପାଇଁ ମୁଁ ମୋର ମାତାପିତା, ସମସ୍ତ ଶିକ୍ଷକ, ଚାଷୀଭାଇ, ଖାଦ୍ୟ ପ୍ରସ୍ତୁତକାରୀ ସଂଗଠନ ଏବଂ ପାଚିକା-ସହାୟକଙ୍କୁ ହୃଦୟଭରା କୃତଜ୍ଞତା ଜଣାଉଛି ବୋଲି ପିଲାମାନେ ଖାଇବା ପୂର୍ବରୁ କହିବେ । ସ୍କୁଲର ପ୍ରଧାନଶିକ୍ଷକ ଏ ସମସ୍ତ ଆଦେଶକୁ ନିଶ୍ଚିତ କରିବା ପାଇଁ ଗୁରୁତ୍ବ ଦେବେ । ସେହିପରି ରୋଷେୟା ତଥା ସହାୟକମାନେ ସ୍କୁଲ ପରିସରରେ ପିଜୁଳି, କଦଳୀ, ଅମୃତଭଣ୍ଡା, ଲେମ୍ବୁ, ଲିଚି, ଆତ ଭଳି ଫଳ ଗଛ ଲଗାଇବା ସହିତ ତାର ଯତ୍ନ ନେବେ । ସେହି ଗଛରେ ଫଳ ଫଳିବା ପରେ ସେମାନେ ତାକୁ ପିଲାଙ୍କ ମଧ୍ୟରେ ବାଣ୍ଟିବେ ।