ଭୁବନ/ କଳ୍ପତରୁ ଜେନା: ବାଇକକୁ ପିଟିଲା ଟ୍ରକ, ୨ ଜଣ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ଭୁବନ କଲେଜ ଛକରେ। ତେବେ ଦୁର୍ଘଟଣାରେ ଜଣେ ଜେଲର ସହିତ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ସୂଚାନୁସାରେ , ଯାଜପୁର ଜେଲର ଜେଲର ପପୁ ପ୍ରଶାଦ ମହାରଣା ଏକ ବାଇକ ଯୋଗେ ଶଶୁର ଘରୁ ଫେରୁଥିଲେ ।
ତେବେ ଭୁବନ କଲେଜ ଛକରେ ଏକ ଦଶ ଚିକିଆ ଟ୍ରକ ଧକ୍କା ଦେଇଥିଲା । ଯେଉଁଥିରେ ସେ ପଡି ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏହାକୁ ଦେଖି ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହିତ ଜେଲରଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତୀ କରାଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।