ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ୟୁୟୁ ଲଲିତ

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ୟୁୟୁ ଲଲିତ । ରାଷ୍ଟ୍ରପତି ଭବନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଲଲିତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି । ସେ ଶପଥ ଗ୍ରହଣ କରି କହିଛନ୍ତି ଯେ ମାମଲା ତାଲିକାରେ ସ୍ୱଚ୍ଛତା ଆଣିବା ମୋର ପ୍ରୟାସ ହେବ ।

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବିଚାରପତି ଲଳିତ ଈଶ୍ବର ଶପଥ ଗ୍ରହଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ, ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି. ରମନା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼, ଏସ୍‌. ଅବ୍ଦୁଲ୍‌ ନାଜୀରଙ୍କ ଭଳି ସୁପ୍ରିମ୍‌ କୋର୍ଟର ବିଚାରପତି ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ।