ସରିଲା କୁମ୍ଭୀର ବସା ଗଣନା

କେନ୍ଦ୍ରାପଡା:ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଗତବର୍ଷ ୮୪ଟି ବସା ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି। କନିକା ରେଞ୍ଜରେ ସର୍ବାଧିକ ୧୧୦ , ରାଜନଗରରେ ୯,ଗହିରମଥାରେ ୨, ମହାକାଳପଡ଼ାରେ ସର୍ବନିମ୍ନ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । କୁମ୍ଭୀର ମାନଙ୍କ ପ୍ରଜନନ ଶେଷ ହେବା ପରେ ନଦୀ ଜୁଆର ମାଡୁନଥିବା ଉଚ୍ଚା ସ୍ଥାନରେ ମା କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା କରି ଅଣ୍ଡାଦାନ କରିଥାଏ ।ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକନିକାକୁ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଭିତରକନିକା ବନ୍ଦ ରହିଥାଏ ।