ରାଜ୍ୟରେ ୧୦୦୦ ପାର୍ ହେଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ ୧୦୦୦ ଟପିଛି ଦୈନିକ ସଂକ୍ରମଣର ମାତ୍ରା । ୨୪ ଘଣ୍ଟା ଭିତରେ ୧୦୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ୨୦୫, ସୁନ୍ଦରଗଡ଼ରୁ ୧୦୬, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ପୁରୀ, ମୟୂରଭଂଜରୁ ୨୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ରହିଛି ୧୨ ଲକ୍ଷ ୯୭ ହଜାର ୧୭୫ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୩ ହଜାର ୧୬୯ ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୮୨୫ ରହିଛି । ଦେଶ ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃ୍ଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ବୁଷ୍ଟର ଟିକାକରଣ ଆରମ୍ଭ ହୋଇଛି ।

ଅନ୍ୟପଟେ ଦେଶରେ ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି କାରୋନା ଦେଶରେ ପୁଣି ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନ।। କରୋନା ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ୨୦୦୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ଲକ୍ଷ୪୫ ହଜାର ୩୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ୧୩୯୦୭୩ ସକ୍ରିୟ ମାମଲା ରହିଛି ।