ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: କଲେଜରେ ଦିଆଯିବ ଟିକା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ କଲେଜରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୁଷ୍ଟର ଡୋଜ। କୋଭିଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟଶାସନ ସଚିବ ଏନେଇ ସୂଚନା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା ବୈଠକରେ ଟିକାକରଣ ଉପରେ ପ୍ରାଥମିକତା ଦିଆଯାଇଥିଲା । କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରାଜ୍ୟସରକାର ଗୁରୁତ୍ୱ ଦେଇଛନ୍ତି ।

ଅନ୍ୟପକ୍ଷେ ଆସନ୍ତାକାଲି ଠାରୁ ଦେଶରେ ୧୫ରୁ ୫୯ ବର୍ଷ ବୟସ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି । ଏହି ଅଭିଯାନ ୭୫ ଦିନ ପର୍ଯ୍ୟନ୍ତ ଚାଲିବ । ଏହା ଅଧୀନରେ ଲୋକମାନେ ପୂର୍ବରୁ ଦିଆଯାଇଥିବା ଦୁଇଟି ଟିକା ଡୋଜ ପରି ସରକାରୀ କେନ୍ଦ୍ରକୁ ଯାଇ ବୁଷ୍ଟର ଡୋଜ ନେଇପାରିବେ ।

ତେବେ କିଛି ଦିନ ଧରି ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣର ମାତ୍ରା । ଏହି କାରଣରୁ ସରକାର ଏକ ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।ଗତ ସପ୍ତାହରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋରୋନା ଓ ବୁଷ୍ଟର ଡୋଜର ଦ୍ୱିତୀୟ ଡୋଜ ନେବା ମଧ୍ୟରେ ପାର୍ଥକ୍ୟକୁ ୬ ମାସକୁ ହ୍ରାସ କରିଥିଲା, ଯାହା ପୂର୍ବରୁ ୯ ମାସ ଥିଲା । ଏହା ବ୍ୟତୀତ ଦେଶର ଅଧିକାଂଶ ଲୋକଙ୍କୁ ଟିକାକରଣ ଅଧୀନରେ ଆଣିବା ପାଇଁ ‘ହର ଘର ଦସ୍ତକ ଅଭିଆନ୍ ୨.୦’ ମଧ୍ୟ ଜୁନ୍ ୧ ରୁ ଆରମ୍ଭ ହୋଇଥିଲା ।