ରାଜ୍ୟରେ ୮୦୦ ଟପିଲା ଦୈନିକ ସଂକ୍ରମଣର ମାତ୍ରା

ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ ୮୦୦ ଟପିଛି ଦୈନିକ ସଂକ୍ରମଣର ମାତ୍ରା । ୨୪ ଘଣ୍ଟା ଭିତରେ ୮୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୭୧ ଓ ସ୍ଥାନୀୟ ଅଞ୍ଚଳରୁ ୩୩୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଟକ ୧୧୯, ଭଦ୍ରକ ୯, ବଲାଙ୍ଗୀର ୫, ବୌଦ୍ଧ ୨, ଦେବଗଡ ୧, ଗଜପତି ୫, ଜଗତସିଂହପୁର ୧୮, ଯାଜପୁର ୧୯, ଝାରସୁଗୁଡା ୯, କଳାହାଣ୍ଡି ୮, କନ୍ଧମାଳ ୧, କେନ୍ଦୁଝର ୫, କୋରାପୁଟ ୬, ମାଲକାନଗିରି ୧, ମୟୂରଭଞ୍ଜ ୨୮, ନୟାଗଡ ୧୭, ନୂଆପଡା ୯,ସୁନ୍ଦରଗଡ ୮୦, ଅନୁଗୁଳ ୩, ବାଲେଶ୍ୱର ୧୧, ବରଗଡ ୧, ପୁରୀ ୨୮, ରାୟଗଡା ୨, ସମ୍ବଲପୁର ୩୦, ସୋନପୁର ୯ ଓ ଷ୍ଟେଟପୋଲରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୨୬୨ ରେ ପହଞ୍ଚିଲାଣି ।

ଅନ୍ୟପକ୍ଷେ, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ଆସିପାରେ ସୁଧାର । ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ କୋଭିଡ ସଂକ୍ରାମିତଙ୍କ ମାତ୍ରା ୮୦୦ ପାର କରିଛି । ଯାହାକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ବିଏମସି । ସେହିଭଳି ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନିକଟରେ ସରିଛି ମହାପ୍ରଭୁଙ୍କ ଘୋଷଯାତ୍ରା, ତେଣୁ ସଂକ୍ରମଣ ବୃଦ୍ଧି ହେବା ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ତେଣୁ ତାକୁ ନଜର ରଖାଯାଇଛି । କମ୍ୟୁନିଟିରେ ମଧ୍ୟ ପଜିଟିଭିଟି କେସ ରହିଛି ତେଣୁ ବିଭିନ୍ନ ଜିଲ୍ଲାରେ କଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯଉଛି । ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀରଗତିରେ ସଂକ୍ରମଣ ବଢୁଛି । ନିୟମ ମାନିବା ସହ ଯେଉଁମାନେ ଟିକାନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।