ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଡିସିପି ପ୍ରତୀକ ସିଂ । ପ୍ରେସମିଟ କରି ସେ କହିଛନ୍ତି, ୧୯୮ ଜଣଙ୍କୁ ପଚରାଉଚରା କରିଛୁ । ରୁଚିକାଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ କରାଯାଉଛି । ଡାଟା ଯେପରି ଡିଲେଟ ନହୋଇ ଫୋନ ଖୋଲିବ ସେ ଦିଗରେ ଚେଷ୍ଟା କରୁଛୁ । ସେଥିପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି ।
ରୁଚିକାଙ୍କୁ ହୋଇ ନାହିଁ ରାଗିଂ, ଆତ୍ମହତ୍ୟାର କାରଣ ଏଯାଏ ଅସ୍ପଷ୍ଟ । ରୁଚିକାଙ୍କ ମୋବାଇଲରୁ ତଥ୍ୟ ମିଳିବା ପରେ ତଦନ୍ତ ଆଗେଇ ପାରିବ । ଡିସିପି ରାଙ୍କର ଅଫିସର ମାମଲାର ତଦନ୍ତ କରୁଛନ୍ତି । ଅନ୍ୟପଟେ ଝିଅର ହତ୍ୟାକାରୀକୁ ଗିରଫ ଦାବିରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ରୁଚିକାଙ୍କ ମା’। ଝିଅକୁ ରାଗିଂ କରିଥିବା ସିିନିଅର ଛାତ୍ରୀ ବଡ଼ ବଡ଼ିଆଙ୍କ ଝିଅ । ପୁଲିସ ସେଥିପାଇଁ ଚାପରେ ରହି, ତଦନ୍ତରେ ଢ଼ିଲା ଦେଖାଉଛି ବୋଲି ତାଙ୍କ ମା କହିଛନ୍ତି ।