ନୂଆଦିଲ୍ଲୀ: କ୍ୟାପ୍ଟେନ୍ କୁଲ୍ ମାହି ।ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗୁରୁବାର (ଜୁଲାଇ ୭) ରେ ୪୧ ବର୍ଷରେ ପାଦ ଥାପିଛନ୍ତି। ମାହି ହେଉଛନ୍ତି ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି କ୍ରିକେଟର ଜଣଙ୍କ ବ୍ୟାଟିଂ ସୁଯୋଗ ହାତଛଡା କରିନଥିଲେ । ସେ ନିଜର ପଞ୍ଚମ ଦିନିକିଆ ୧୪୮ରେ ଓ ପଞ୍ଚମ ଟେଷ୍ଟରେ ମଧ୍ୟ ୧୪୮ ରନ୍ ସ୍କୋର କରିଥିଲେ । ତାପରେ ଆଉ ଚାହିଁନଥିଲେ ପଛକୁ ।
ତେବେ ଧୋନିଙ୍କ ଜନ୍ମଦିନରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ଋଷଭ ପନ୍ତଙ୍କ ସମେତ ତାଙ୍କର ଅନେକ ବନ୍ଧୁ ଧୋନିଙ୍କ ଜନ୍ମଦିନ ପାର୍ଟୀରେ ପହଞ୍ଚିଥିଲେ। ଧୋନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେକ୍ କାଟିବାର ଭିଡିଓ ସେୟାର କରିଛନ୍ତି ଏବଂ କାହାଣୀରେ ଅନେକ ଭିଡିଓ ମଧ୍ୟ ରଖିଛନ୍ତି। ବଲିଉଡ ସୁପରଷ୍ଟାର ରଣଭୀର ସିଂ ମଧ୍ୟ ଧୋନିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
କିଛି ଦିନ ପୂର୍ବରୁ ୱିମ୍ବଲଡନରେ ଏକ ମ୍ୟାଚ୍ ବେଳେ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ମିଳିଥିଲା। ୪୧ ବର୍ଷୀୟ ଧୋନି ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ବିଦାୟ ନେଇଥିଲେ। ସେବେଠାରୁ ସେ କେବଳ ଆଇପିଏଲ ଖେଳୁଛନ୍ତି। ୨୦୨୧ ମସିହାରେ ସେ ତାଙ୍କ ଦଳ ଚେନ୍ନାଇକୁ ଚତୁର୍ଥ ଥର ପାଇଁ ଆଇପିଏଲର ଚାମ୍ପିୟନ କରିଥିଲେ। ଅବଶ୍ୟ, ୨୦୨୨ ମସିହାରେ ଚେନ୍ନାଇର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା ଏବଂ ଏହି ଦଳ ପ୍ଲେ ଅଫରେ ମଧ୍ୟ ପହଞ୍ଚି ପାରି ନଥିଲା | ବର୍ତ୍ତମାନ ଧୋନି ୨୦୨୩ରେ ଚେନ୍ନାଇ ପାଇଁ ଶେଷ ଆଇପିଏଲ୍ ଖେଳିପାରିବେ |ଧୋନୀ ଅଗଷ୍ଟ ୧୫ ତାରିଖ ୨୦୨୦ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଶେଷ ଥର ୨୦୧୯ ବିଶ୍ୱକପ୍ ସେମିଫାଇନାଲ ଖେଳିଥିଲେ ।
ଅନ୍ୟପକ୍ଷେ ସେ ତାଙ୍କ କ୍ୟାରିଅରରେ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ କିପର୍ ଭାବେ ୪୪୪ଜଣଙ୍କୁ ଆଉଟ୍ କରିଛନ୍ତି । ତାଙ୍କ ସହ ସେ ୯୦ଟି ଟେଷ୍ଟରେ ୪୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।