ଭୁବନେଶ୍ୱର: ଗତ କିଛିଦିନ ତଳେ ବିଜେବି କଲେଜରେ ରାଗିଂପାଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା କଥା ମନରୁ ନଲିଭୁଣୁ ପୁଣି ବିଜେବି କଲେଜରୁ ଆଉ ଏକ ରାଗିଂର ଅଭିଯୋଗ ଆସିଛି । ଏଥର ଛାତ୍ରୀ ନୁହନ୍ତି, ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ କରିଛନ୍ତି। କୌଣସି ସିନିୟର ଛାତ୍ର ନୁହନ୍ତି, ସହପାଠୀ ରାଗିଂ କରିଥିବା ଜଣେ ଛାତ୍ର ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ର । ଆମ୍ବେଦକର ହଷ୍ଟେଲ୍ରେ ରହୁଥିବା ସହପାଠୀ ତାଙ୍କୁ ଗାଡ଼ି କାହିଁକି ଆଣୁଛୁ ବୋଲି କହି କଲେଜରେ ଉଠବସ କରାଇବା ସହ ମାରଧର କରୁଥିବା ରୁଦ୍ର ଅଭିଯୋଗ କରିଛନ୍ତି । ଅଧ୍ୟାପକଙ୍କ ସାମ୍ନାରେ ରାଗିଂ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ର ରୁଦ୍ର ନାରାୟଣ ପାତ୍ର । ବଡ଼ଗଡ଼ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି ।