ହିଞ୍ଜିଳିକାଟୁ: ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି :ଗଞ୍ଜାମ ଜିଲ୍ଲା ବୁଗୁଡା ନିକଟସ୍ତ ପାଙ୍ଗିଡି ଗାଁ ନିକଟରେ । ବୁଗୁଡା ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବାପାଙ୍ଗି ନାମକ ଏକ ଘରୋଇ ବସ୍ ନିଜେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ବିଲ ତଳକୁ ଖସି ପଡିଛି । ଯାହାଫଳରେ ଗାଡିରେ ବସିଥିବା ସମସ୍ତ ଯାତ୍ରିଙ୍କୁ ଆଘାତ ଲାଗିଛି । ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକ ଦୁର୍ଘଟଣାରେ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବୁଗୁଡା ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଦମକଳ ଗାଡିରେ ବୁଗୁଡା ମେଡିକାଲକୁ ପଠାଇଛି । ତେବେ ଏଥିରେ ଡ୍ରାଇଭର ମଦ୍ୟପାନ କରି ଗାଡି ଚାଳାଉଥିଲା କି କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି ତାହା ପୋଲିସ ତଦନ୍ତ ପରେ ଜଣା ପଡିବ ।