ଗତ ୨୪ ଘଣ୍ଟାରେ ଦେଶରୁ ୧୨,୨୪୯ ସଂକ୍ରମିତ ଚିହ୍ନଟ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ ।

(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ । ସଂକ୍ରମଣ ପୂର୍ବଭଳି ପ୍ରଭାବଶାଳୀ ନଥିଲେ ମଧ୍ୟ ତାର ଉପସ୍ଥିତି ଜାରି ରଖିଛି। ଗତ ୨୪ ଘଣ୍ଟାରେ ଦେଶରୁ ୧୨,୨୪୯ ଟି ସଂକ୍ରମିତ ଚିହ୍ନଟ ହୋଇଛି। ଗତକାଲିଠାରୁ ଆଜି ସଂକ୍ରମଣ ହାର ୨୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ଦେଶରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୩୧,୬୪୫ରେ ପହଞ୍ଚିଛି।

ଯଦି କୋଭିଡ ସଂକ୍ରମଣରେ ଦେଶରେ ଟପ୍‌ ୫ଟି ରାଜ୍ୟ ଦେଖାଯାଏ ତେବେ ପ୍ରଥମ ମହାରାଷ୍ଟ୍ର ୩୬୫୯ କ୍ୟାସ, ତାପଛକୁ କେରଳ ୨,୬୦୯, ଦିଲ୍ଲୀ ୧୩୮୩, କର୍ଣ୍ଣାଟକ ୭୩୮ ଏବଂ ତାମିଲନାଡ଼ୁରେ ୭୩୭ଟି ମାମାଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରଜୁ ହୋଇଥିବା ମାମଲାରୁ ସର୍ବାଧିକ ୭୪.୫ ପ୍ରତିଶତ ଏହି ୫ ରାଜ୍ୟରେ ରହିଛି। କେବଳ ମହାରାଷ୍ଟ୍ରରେ ୨୯.୮୭ ପ୍ରତିଶତ ରହିଛି। ସେହିପରି ଦିନକରେ ଦେଶରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦେଶରେ ଆକ୍ଟିଭ ମାମଲା ୮୧,୬୮୭ ଅଛି।

ଏହାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟ ୫,୨୪,୯୦୩ରେ ପହଞ୍ଚିଛି। ସେହିପରି କରୋନାରୁ ରିକଭରି ରେଟ ୯୮.୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୬୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ସମୁଦାୟ ୪,୨୭,୨୫,୦୫୫ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି।