ଅଜୟଙ୍କ ସହ ‘ଥ୍ୟାଙ୍କ୍‌ ଗଡ୍‌’ରେ ସ୍କ୍ରିନ୍‌ ଶେୟାର କରିବେ ରାକୁଲପ୍ରୀତ ସିଂହ

ରାକୁଲପ୍ରୀତ ସିଂହ ନିଜର କ୍ୟୁଟ ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ ।

(ମୁମ୍ବାଇ) : ରାକୁଲପ୍ରୀତ ସିଂହ ନିଜର କ୍ୟୁଟ ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ । ଆପଣ ଜାଣି ଖୁସି ହେବେ ଏବେ ତୃତୀୟ ଥର ଲାଗି ରକୁଲ ଅଜୟଙ୍କ ସହ ‘ଥ୍ୟାଙ୍କ୍‌ ଗଡ୍‌’ରେ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି । ଫିଲ୍ମଟି ଚଳିତବର୍ଷ ଦୀପାବଳୀରେ ରିଲିଜ୍‌ ହେବ । ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ‘ଥ୍ୟାଙ୍କ୍‌ ଗଡ୍‌’ ଏକ କମେଡି ଫିଲ୍ମ । ସେଥିରେ ଅଜୟ ଦେବଗନ୍‌, ରାକୁଲପ୍ରୀତଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବି ଦର୍ଶକେ ଦେଖିବାକୁ ପାଇବେ । ଇନ୍ଦ୍ର କୁମାର ଏହାର ନିର୍ଦ୍ଦେଶନାରେ ଅଛନ୍ତି ।

ତେବେ ଏ ସଂପର୍କରେ ଏକ ସାକ୍ଷାତକାରରେ ରାକୁଲ କହିଛନ୍ତି, ଅଜୟ ହେଉଛନ୍ତି ଏମିତି ଜଣେ ଅଭିନେତା ଯାହାଙ୍କ ସହ କାମ କରିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି । ତାଙ୍କ ଫିଲ୍ମରେ ସବୁବେଳେ ଏକ ନୂଆ ପଣ ଦେଖିବାକୁ ମିଳେ । ତାଙ୍କ ସହ ଅଭିନୟ କରି ମୁଁ ଅନେକ କଥା ଶିଖିବାକୁ ପାଇଛି । ‘ଥ୍ୟାଙ୍କ୍‌ ଗଡ୍‌’କୁ ଦର୍ଶକେ ପସନ୍ଦ କରିବେ ବୋଲି ଆଶା ।

ସୂଚନାନୁଯାୟୀ , ‘ଦେ ଦେ ପ୍ୟାର୍‌ ଦେ’ ଫିଲ୍ମରେ ତାଙ୍କର ଅଭିନୟକୁ ଉଚ୍ଛ୍ୱସିତ ପ୍ରଶଂସା ମିଳିଥିଲା । ଏହାପରେ ‘ରନ୍‌ୱେ ୩୪’ରେ ଦର୍ଶକେ ପୁଣି ସେମାନଙ୍କର ଯୋଡ଼ିକୁ ଦେଖିବାକୁ ପାଇଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଏହି ଫିଲ୍ମ ବ୍ୟତୀତ ରାକୁଲଙ୍କୁ ଆଗକୁ ‘ଡକ୍ଟର ଜି’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ଆୟୁଷ୍ମାନ ଖୁରାନା ନଜର ଆସିବେ । ଏହାଛଡ଼ା ‘ଛତ୍ରୀୱାଲି’ରେ ବି ତାଙ୍କୁ ଦର୍ଶକେ ଦେଖିବାକୁ ପାଇବେ ।