ଆଖି ବୁଜିଲେ ବରିଷ୍ଠ ଦଇତାପତି ସେବକ ମଦନମୋହନ ଦାସ ମହାପାତ୍ର

ପରଲାକରେ ମହାପ୍ରଭୁଙ୍କ ବରିଷ୍ଠ ଦଇତାପତି ସେବକ ମଦନମୋହନ ଦାସମହାପାତ୍ର ।

(ପୁରୀ) : ପରଲାକରେ ମହାପ୍ରଭୁଙ୍କ ବରିଷ୍ଠ ଦଇତାପତି ସେବକ ମଦନମୋହନ ଦାସମହାପାତ୍ର । ୬୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମଙ୍ଗଳବାର ରାତି ୧୧ଟା ବେଳେ ହୃଦ୍‌ଘାତରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହୋଇଯାଇଛି । ବୁଧବାର ସକାଳେ ତାଙ୍କର ଦେହାବଶେଷକୁ ସ୍ୱର୍ଗଦ୍ୱାର ଶ୍ମଶାନଘାଟରେ ସତ୍କାର କରାଯାଇଛି ।

 

ତେବେ ଦଇତାପତି ସେବକମାନଙ୍କ ସ୍ନାନପୂର୍ଣ୍ଣିମା ବାହୁଡା ପହଣ୍ଡି ପ୍ରସ୍ତୁତି ଚାଲିଥିବା ବେଳେ ଦୋଳମଣ୍ଡପ ସାହିସ୍ଥିତ ତାଙ୍କର ବାସଭବନରେ ମଦନମୋହନ ଶେଷ ନିଃଶ୍ୱାସ ଛାଡିଥିବାର ନିଯୋଗ କହିଛି ।

 

ସୂଚନାନୁଯାୟୀ , ତାଙ୍କର ଏକ ମାତ୍ର ପୁଅ ମୁଖାଗ୍ନି ଦେଇଥିଲେ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗତକାଲି ଅସୁସ୍ଥତା ଅନୁଭବ କରିିଥିଲେ । ଏହି କାରଣରୁ ସ୍ନାନ ପୂର୍ଣ୍ଣିମା ସେବାରେ ସେ ସାମିଲ ହୋଇପାରିନଥିବାର ଖବର ମିଳିଛି । ତାଙ୍କ ଦେହାନ୍ତକୁ ନେଇ ନିଯୋଗ ପକ୍ଷରୁ ବୁଧବାର ରାତିରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ଦଇତାପତି ସେବକ ଅମର ଆତ୍ମାର ସଦଗତି କାମନା କରିିଥିଲେ ।