ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ

ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର : ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ। ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁରେ ଗତ ୩୧ତାରିଖରେ ଜଗନ୍ନାଥ ପଟ୍ଟନାୟକ (୩୫) ନାମକ ଯୁବକଙ୍କ ଅଚାନକ ମୃତ୍ୟୁ ହୋଇଥିଲା। ସୂଚନା ଯୋଗ୍ୟ ଯେ ନିଜ ଫଳ  ଦୋକାନରେ କାମ କରୁଥିବା ସମୟରେ ମୂର୍ଚ୍ଛା ହୋଇଯାଇଥିଲେ ପରିବାର ଲୋକେ ହିଂଜିଲିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଜି ହିଂଜିଳିକାଟୁ ତହସିଲଦାର ଶ୍ରୀ ପ୍ରଭାତ ପରିଡା, ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ,କାଉନସିଲର ଶ୍ରୀମତୀ ମଧୁସ୍ମିତା ବେହେରା ମୃତକଙ୍କ ୧୬ନମ୍ବର ୱାର୍ଡ ଗାୟତ୍ରୀ ନଗର ଚତୁର୍ଥ ଲାଇନରେ ଥିବା ପୌତ୍ରୀକ ବାସଭବନରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି।