ଘନେଇବାରେ ଲାଗିଛି ବିବାଦ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସିବିଆଇରେ ଏତଲା

ଭୁବନେଶ୍ୱର: ଦିନକୁ ଦିନ ଘନେଇବାରେ ଲାଗିଛି ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିବାଦ। ପରିକ୍ରମା ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ହାଇକୋର୍ଟରେ ନିବେଦନ କରିଥିବା ବେଳେ ଏବେ ଶ୍ରୀ ଜଗନ୍ନାଥ ସେନା ଏହା ବିରୋଧରେ ସିବିଆଇରେ ଅଭିଯୋଗ କରାଯାଇଛି । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ ସିବିଆଇରେ ଅଭିଯୋଗ କରିଛି ଶ୍ରୀ ଜଗନ୍ନାଥ ସେନା । ଏନଏମଏର ଜାଲ୍ ଏନଓସି ଚିଠି ସର୍ବସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରଖିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ।

ଅନ୍ୟପକ୍ଷେ, ଏହି ଘଟଣାରେ ସିବିଆଇ ଯଦି ମାମଲା ରୁଜୁ ନକରେ, ତେବେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଖୋଲା ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା । ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ସିବିଆଇ ନିଜ ଆଡୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରୁ ବୋଲି ବିଜୟ ମହାପାତ୍ର ଦାବି କରିଥିଲେ ।