ଭିକାରୀ ସନ୍ତୋଷ କିଣିଲେ ୯୦ ହଜାର ଟଙ୍କାର ମୋପେଡ

0

ବ୍ୟୁରୋ: ପତ୍ନୀଙ୍କୁ ଦାମୀ ଉପହାର ଦେଇ ଚର୍ଚ୍ଚାରେ ଭିକାରୀ ସନ୍ତୋଷ । ୯୦ ହଜାର ଦେଇ କିଣିଲେ ମୋପେଡ଼। ଲୋକଙ୍କଠୁ ଭିକ ମାଗି ୪ ବର୍ଷ ହେଲା ସଞ୍ଚୟ କରିଥିଲେ ଟଙ୍କା। ଆଉ ସେଇ ଟଙ୍କାରେ ପତ୍ନୀଙ୍କ ପାଇଁ ୯୦ ହଜାର ଟଙ୍କାର ଉପହାର ଦେଲେ ମୋପେଡ଼ । ମଧ୍ୟପ୍ରଦେଶ ଛିନ୍ଦୱାଡାରେ ଜଣେ ଭିକାରୀ ତାଙ୍କ ପତ୍ନୀଙ୍କୁ ମୋପେଡ଼ ଉପହାର ଦେଇଛନ୍ତି । ୪ ବର୍ଷ ଧରି ସେ ଏହି ଟଙ୍କା ସଞ୍ଚୟ କରିଥିଲେ । ଗାଡ଼ିଟିକୁ ସମ୍ପୂର୍ଣ୍ଣ ନଗଦ ଟଙ୍କା ଦେଇ କିଣିଥିବା ଜଣାପଡ଼ିଛି । ତେବେ ଭିକାରୀ ସନ୍ତୋଷ ସାହୁ ଜଣେ ଦିବ୍ୟାଙ୍ଗ । ସେ ଏକ ତିନି ଚକିଆ ସାଇକେଲରେ ବସି ଭିକ୍ଷା କରନ୍ତି । ତାଙ୍କ ପତ୍ନୀ ମୁନ୍ନି ସାହୁ ତାଙ୍କୁ ଏଥିରେ ସହଯୋଗ କରନ୍ତି । ସନ୍ତୋଷଙ୍କ ଗୋଡ଼ ଚଳୁନଥିବାରୁ ସେ କେବଳ ସାଇକେଲ ଉପରେ ବସନ୍ତି, ଓ ପତ୍ନୀ ମୁନ୍ନି ସାହୁ ସାଇକେଲକୁ ଦିନସାରା ଠେଲି ତାଙ୍କୁ ଭିକ୍ଷା କରିବାରେ ସହଯୋଗ କରନ୍ତି ।

ଖରାପ ରାସ୍ତା ଓ ଖରାପ ପାଣିପାଗ ଯୋଗୁଁ ଅନେକ ସମୟରେ ସମସ୍ୟାର ସମ୍ମ୍ୁଖୀନ ହୁଅନ୍ତି । ଅନେକ ସମୟରେ ଅସୁସ୍ଥ ହୋଇପଡ଼ନ୍ତି । ପତ୍ନୀଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସନ୍ତୋଷ ତାଙ୍କ ପାଇଁ ଏକ ଗାଡ଼ି କିଣିବାକୁ ନଷ୍ପତି ନେଇଥିଲେ । କିନ୍ତୁ ଗାଡ଼ି କିଣିବା ଏତେ ସହଜ ନଥିଲା । ସେଥିପାଇଁ ତାଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ୪ ବର୍ଷ କାଳ ଭିକ୍ଷା ଟଙ୍କାରୁ କିଛି ସଞ୍ଚୟ କରି ଏହି ଗାଡ଼ିଟି କିଣି ପତ୍ନୀଙ୍କୁ ଉପହାର ଦେଇଛନ୍ତି । ଏଥିରୁ ଜଣା ପଡୁଛି ସେ ତାଙ୍କ ପତ୍ନୀଙ୍କୁ କେତେ ଭଲ ପାଆନ୍ତି । ଗରିବ ହଉ କି ଧନୀ ନିଜ ଭଲ ପାଇବା ପାଇଁ କିଛି ବି କରିପାରନ୍ତି । ଯାହାର ଚଳନ୍ତା ଉଦାହରଣ ସାଜିଛନ୍ତି ସନ୍ତୋଷ । ସନ୍ତୋଷଙ୍କର ଏହି କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।