ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର : ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ   ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଳକ କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ସେଠିଙ୍କ ସଭାପତିତ୍ବରେ ଏବଂ ବିଡ଼ିଓ ଶ୍ରୀ ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ  ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ସରକାରୀ ଯୋଜନା ସମ୍ବନ୍ଧୀୟ କର୍ମସାଳା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ସମସ୍ତ ଜିଲ୍ଲା ପରିଷଦ , ହିଂଜିଲି ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ, ଏବଂ ବ୍ଳକ କର୍ମଚାରୀମାନେ ଉପସ୍ଥିତ ରହି ପାନୀୟଜଳ , ପରିମଳ ରାସ୍ତା ଅଲୋକୀକରଣ  କରିବା ସହ , ଜଳ ପରିମଳ ବ୍ୟବସ୍ଥାରେ ସ୍ୱଚ୍ଛ  ପରିବେଶ ସୃଷ୍ଟି କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ

ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଜନ ସାଧାରଣକୁ ବିଶୁଦ୍ଧ ପାନୀୟ ଜଳ ଏକ ସୁଚିନ୍ତିତ ପରିମଳ ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ ପଞ୍ଚାୟତ ତରଫରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ଆଲୋଚନା ହୋଇଥିଲା।ସମସ୍ତ ପଂଚାୟତ  ପ୍ରତିନିଧି ମାନେ ନିଜ ଅଞ୍ଚଳର ସୁବିଧା ଅସୁବିଧା ମତାମତ ରଖିଥିଲେ।ସଭା ଶେଷରେ ବିଡ଼ିଓ ଶ୍ରୀ ଜେନା କହିଥିଲେ ହିଂଜିଲିକାଟୁକୁ ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ସମିତି ରୂପେ ଗଢ଼ି ତୋଳିବା ପାଇଁ ଜନ ପ୍ରତିନିଧିଙ୍କୁ ଯତ୍ନବାନ ହୋଇ କାମ କରିବା ପାଇଁ ଅନୁରୋଧ କରିବା ସହ ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିକାଶ ସମ୍ଭବ ବୋଲି କହିଥିଲେ।