ଦୁଇ ବାଇକ ଲୁଟେରା  ଅଟକ

ହିଞ୍ଜିଳିକାଟୁ : ହିଞ୍ଜିଳି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଘେରରେ ଦ୍ରୁତଗତିରେ ଯାଉଥିବା ଦୁଇ ବାଇକ୍ ଲୁଟେରାଙ୍କୁ ଅଟକ ରଖି ପଚରା ଉଚରା କରିବାସହ ତାଙ୍କଠାରୁ ତିନୋଟି ବାଇକ୍ ଉଦ୍ଧାର କରିଥିବା ସୂଚନା ମିଳିଛି । ଉଭୟ ଅଭିଯୁକ୍ତ ଏସ୍.କେ ସାମିମ୍ ଗ୍ରାମ -ଅରୁଆଲ୍ , ଥାନା- ବରୀ,ଜିଲ୍ଲା ଯାଜପୁର ଓ ଅନ୍ୟଜଣେ ଏସ୍.କେ ରାଜ୍ଉଦ୍ଦିନ, ଗ୍ରାମ-ମୁସ୍ତଫାପୁର, ଥାନା -ଧର୍ମନଗର, ଜିଲ୍ଲା-ଭଦ୍ରକକୁ ଆଜି ପୋଲିସ ଗିରଫ କରିବା ସହ, କେଶ ନଂ-୨୦୫/୨୨ ପ୍ରକାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ ଅଭିଯୁକ୍ତଙ୍କ ଠାରୁ ତଦନ୍ତ ପରେ ଗୋଟିଏ ହୋଣ୍ଡା ୟୁନିକନ, ଦୁଇଟି ଟିଭିଏସ୍ ଆପାଚି ବାଇକ୍ ଜବତ କରାଯାଇଛି । ଉକ୍ତ ବାଇକ୍ ରାକେଟ ଚୋରି କେସ୍ ରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ବାଇକ୍ ଚୋରି ରାକେଟ କେଶ ତଦନ୍ତାଧୀନ ଥିବା ହିଞ୍ଜିଳି ପୋଲିସ ଠାରୁ ପ୍ରକାଶ ଖବର ମିଳିଛି ।