ଲାଉଡସ୍ପିକର ବଜାଇବାରୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା

ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଥମିବାର ନାଁ ଥରୁନି ।

(ଅହମ୍ମଦାବାଦ) : ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଥମିବାର ନାଁ ଥରୁନି । ମସଜିଦ ଗୁଡିକରୁ ଲାଉଡସ୍ପିକର ହଟାଇବାକୁ ନେଇ ଦାବି ହେଉଛି। ଏହାରି ଭିତରେ ଗୁଜରାଟ ମେହସଣାରୁ ଏକ ହୃଦୟକ ବିଦାରକ ଘଟଣା ସାମ୍ନାକୁ ଆସିଛି।

ଏଠାକାର ଜଣେ ବ୍ୟକ୍ତିଙ୍କୁ ମନ୍ଦିରରେ ଲାଉଡସ୍ପିକର ବଜାଇବାରୁ ପିଟି ପିଟି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ , ଜୋତନା ତାଲୁକାର ଲକ୍ଷ୍ମୀପୁର ଗାଁ। ଏଠାକାର ୪୦ ବର୍ଷୀୟ ଜଶବନ୍ତ ଜୀ ଠାକୋର ଶ୍ରମିକ ଭାବେ କାମ କରନ୍ତି। ସେ ନିଜ ଘର ନିକଟରେ ଥିବା ଏକ ମନ୍ଦିରରେ ଭାଇ ଅଜିତଙ୍କ ସହ ଆଳତି କରୁଥିଲେ। ଏହି ସମୟରେ ଲାଉଡସ୍ପିକରରେ ଆଳତି ଭଜନ ବାଜୁଥିଲା। ଏହା ଶୁଣି ତାଙ୍କ ପଡୋଶୀ ସଦାଜୀ ଠାକୁର, ବିଷ୍ଣୁଜୀ ଠାକୁର, ବାବୁଜି ଠାକୁର, ଜୟନ୍ତିଜୀ ଠାକୁର, ଜାବନଜୀ ଠାକୁର ଏବଂ ବିନୁଜୀ ଠାକୁର ପାଖକୁ ଆସି ଏତେ ଜୋର୍‌ରେ ଲାଉଡସ୍ପିକର୍‌ କାହିଁକି ବଜାଉଛ କହି ପ୍ରଶ୍ନ କରିଥିଲେ।