ତ୍ରେତୟା ଯୁଗ ଆରମ୍ଭ ଦ୍ୱାପର ଯୁଗ ଶେଷ

(ବ୍ୟରୋ): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ଦିନଟି ଅନ୍ୟ ଦିନମାନଙ୍କଠୁ ଅନ୍ୟତମ । କାରଣ ଆଜି ଗୋଟିଏ ଦିନ ଏମିତିକା ଯେ, ବିନା କୌଣସି ମୂହୁର୍ତ୍ତରେ ସବୁ ମାଙ୍ଗଳିକ କାର୍ଯ୍ୟ କରାଯାଇପାରିବ । ବିବାହ ହେଉ କି ବ୍ରତ ଅବା ଗୃହପ୍ରବେଶ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆଜି ଏହି ଅକ୍ଷୟ ତୃତୀୟା ବହୁ ଶୁଭ ହୋଇଥାଏ । ଏହି ଦିନରେ ବିଶେଷ କରି ଲୋକେ ସୁନା , ରୂପା, ଜାଗା ଘର,ଗାଡି ଆଦି କିଣି ଥାନ୍ତି । କାରଣ ଏହି ଦିନରେ କିଛିବି ଶୁଭ କାର୍ଯ୍ୟ କରିବା ଶୁଭଙ୍କର ହୋଇଥାଏ । ଆଜିର ଏହି ଦିନ ଚାଷୀ ଭାଇଙ୍କ ପାଇଁ ଏକ ବିଶେଷ ଦିନ । କାରଣ ଆଜି ପ୍ରତ୍ୟକ ଚଷା ପୁଅ ଅକ୍ଷୀମୁଠି ଧରି କ୍ଷେତକୁ ଯାଇଥାନ୍ତି । ସେଠାରେ ଅଖୀମୁଠି ଅନୁକୂଳ କରି ଛାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । କ୍ଷେତ ପୂଜା କରିବା ପରେ ହିଁ ଚାଷୀ ଚାଷ କାର୍ଯ୍ୟ କରିବା ଆମ ହିନ୍ଦୁ ଧର୍ମର ବିସ୍ୱାସ ରହିଛି ।

ଆଉ ଏହି ଦିନକୁନ କେବଳ ହିନ୍ଦୁ ଧର୍ମୀ ଯେ ମାନି ଥାନ୍ତି ତାହା ନୁହେଁ ଜୈନ୍ ଧର୍ମାଲମ୍ବି ମଧ୍ୟ ଏହାକୁ ବହୁତ ମାନିଥାନ୍ତି । ଏହି ଦିନକୁ ଅନେକ ପୁରାଣ ଅନେକ କିମ୍ବଦନ୍ତି ରହିଛି । କୁହାଯାଏ ଯେ, ଆଜିର ଦିନରେ ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା । ଆଉ ଦ୍ୱାପର ଯୁଗର ଶେଷ ବି ଏହି ଦିନ ହୋଇଥିଲା । କେବଳ ଏତିକି ନୁହେଁ ଭଗବାନ ବିଷ୍ଣୁଙ୍କ ନରନାରାୟଣ ଅବତାର ଓ ପର୍ଶୁରାମଙ୍କ ଧରା ଅବତରଣ ବି ଏହି ପବିତ୍ର ତିଥିରେ ହୋଇଥିଲା ।