ପୋଲିସ- ମାଓବାଦୀ ମୁହାଁମୁହିଁ, ଜଣେ କନେଷ୍ଟବଳ ଆହତ
ମହାରାଷ୍ଟ୍ରର ମାଓବାଦି ପ୍ରଭାବିତ ଗଡଚିରୌଲି ଜିଲ୍ଲାରେ ଆଜି (ମଙ୍ଗଳବାର) ମାଓବାଦୀଙ୍କ ସହ ପୋଲିସର ଏନକାଉଣ୍ଟର ହୋଇଛି ।
(ମହାରାଷ୍ଟ୍ର) : ପୋଲିସ ଓ ମାଓବାଦୀ ମୁହାଁମୁହିଁ । ମହାରାଷ୍ଟ୍ରର ମାଓବାଦି ପ୍ରଭାବିତ ଗଡଚିରୌଲି ଜିଲ୍ଲାରେ ଆଜି (ମଙ୍ଗଳବାର) ମାଓବାଦୀଙ୍କ ସହ ପୋଲିସର ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ପୋଲିସ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି । ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟର ରାଜଧାନୀ ମୁମ୍ବାଇଠାରୁ ୯ ଶହ କିଲୋମିଟର ଦୂରରେ ଥିବା ଭାମରାଗଡର ଡୋଡ୍ରାଜ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ଯେତେବେଳେ ଗାଡଚିରୋଲି ପୋଲିସର ସ୍ପେଶାଲ ୟୁନିଟ୍ ସି -60 କମାଣ୍ଡୋଙ୍କ ଏକ ଟିମ୍ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଏନକାଉଣ୍ଟର ହୋଇଛି ।
ସୂଚନାନୁଯାୟୀ , ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ପାଟ୍ରୋଲିଂ ପାର୍ଟି ଉପରେ ପ୍ରଥମେ ଗୁଳି ମାଡ କରିଥିଲେ । ସୁରକ୍ଷା କର୍ମୀମାନେ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ ।