ଗଛରେ ପିଟି ହେଲା କାର ; ଜଣେ ଗୁରୁତ୍ତର ଚାରି ଆହତ

ପାଲଲହଡା : ପାଲଲହଡା ଉପଖଣ୍ଡ ଡିମିରିଆ ପଞ୍ଚାୟତ ଝିମିରିପାଲି ଜାତୀୟ ରାଜପଥ ୧୪୯ କଡରେ ଥିବା ଏକ ବର ଗଛରେ ଭାର ସାମ୍ୟ ହରାଇ ଏକ ସୁଫ୍ଟ ଡିଜାୟାର କାର ପିଟି ହେବାରୁ ଘଟଣା ସ୍ଥଳରେ ଜଣେ ଗୁରୁତ୍ତର ହେବା ସହିତ କାର ରେ ଥିବା ଆଉ ଚାରି ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ ଆଜି ଭୋର ୬ ଟା ୩୦ ମିନିଟ ରେ ଏକ ସୁଇଫ କାର ଫୁଲବାଣୀ ଖମାର, ପାଲଲହଡା ଦେଇ ଘଟଗାଁ ତାରିଣୀ ଅଭିମୁଖେ ଯାଉଥିଲା । ବାଟରେ ପାଲଲହଡା ଥାନା ଝିମିରିପାଲି ମନ୍ଦିର କଡ଼ରେ ଥିବା ଏକ ବରଗଛ ରେ ଭାର ସାମ୍ୟ ହରାଇ ଗାଡିଟି ପିଟି ହେବା ଫଳରେ ଗୋଟିଏ ପରିବାର ର ପାଞ୍ଚ ଜଣ ମଧ୍ୟରୁ ଜଣେ ଗୁରୁତ୍ତର ଆହତ ହେବା ସହିତ ଆଉ ଚାରି ଜଣ ଆହତ ହୋଇଥିବା ଜଣା ପଡ଼ିଛି ।

ଗୁରୁତ୍ତର ବ୍ୟକ୍ତି ଜଣକ ସନ୍ତୋଷ କୁମାର ଜେନା ଏବଂ ଆନ୍ୟ ମାନେ ହେଲେ ଅମୃତି ଜେନା, ପିଙ୍କି ଜେନା, ଭେଙ୍କଟ ଜେନା, ଓ ନାରାୟଣ ଜେନା ହୋଇଥିବା ବେଳେ ଗାଡିଚାଳକ ରଞ୍ଜିତ ପାଲଟା ସିଂ ବୋଲି ଜଣାପଡିଛି । ଗୁରୁତ୍ତର ବ୍ୟକ୍ତି ଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି । ଘଟଣା ସ୍ଥଳରେ ପାଲଲହଡା ଥାନା ଅଧିକାରୀ ପାରାଓ ଟୁଡୁ ପହଞ୍ଚି ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।