ବ୍ୟୁରୋ : ବିଜେପି ନେତା ଶ୍ରୀ ବଳଦେବ ବେଦବାକଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲାରେ ଡୁଙ୍ଗୁରିପାଲି ବ୍ଲକ କର୍ଲାଯୁଲି ଗ୍ରାମ ପଞ୍ଚାୟତର ମହୁଲ ପାଲି ଗ୍ରାମରୁ ଆଜି ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା। ମହୁଲ ପାଲି ଗ୍ରାମରେ ମହାପ୍ରଭୁ ହନୁମାନଙ୍କ ର ବିଗ୍ରହ ପ୍ରତିଷ୍ଠା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ପୂର୍ବକ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା କରାଯାଇ “ପରିବର୍ତନ ଯାତ୍ରା” ଆରମ୍ଭ କରାଯାଇଥିଲା। ଏହି ଯାତ୍ରା ମହୁଲପାଲି, ଗଜମାଲ, ତିଲେଇମାଲ୍ ଆଦି ଗ୍ରାମ କୁ ପରିକ୍ରମା କରିଥିଲା ।

ଏହି ଗ୍ରାମ ମାନଙ୍କରେ ଉପସ୍ଥିତ ଶହ ଶହ ଜନସାଧାରଣ ଜଳସେଚନ, ସ୍ବାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, ବିଜୁଳି ସମସ୍ୟା, ମନରେଗା ସୁବିଧା ନ ପାଇବା ଇତ୍ୟାଦି ଅନେକ ପ୍ରସଙ୍ଗ ଉପରେ ଉପସ୍ଥିତ ଗ୍ରାମ ବାସି ମାନେ ଶ୍ରୀ ବେଦବାକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଣି ଚେରୁପାଲି ଗ୍ରିଡ୍ ରୁ ସର୍ଗୁଲ ଫିଡ଼ର୍ ଲାଇନ୍ ବିନା କାରଣରେ ବାରମ୍ବାର ବିଜୁଳି କଟ କରି ଲୋକଙ୍କୁ ଟାଟା ପାୱାର କମ୍ପାନୀ ହଇରାଣ କରୁଥିବା ପ୍ରକାଶ କରି ଦୃଢ଼ ଉଦବେଗ ପ୍ରକାଶ ପାଇଥିଲା, ଏହିଯାତ୍ରା ରେ ଶ୍ରୀ ବଳଦେବ ପ୍ରସାଦ ବେଡବାକଙ୍କ ସମେତ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପ୍ରଦୀପ ବେହେରା, ପ୍ରଶାନ୍ତ ସାହୁ, ସୋନ୍ତୋଷ ସାହୁ, ସୌମ୍ୟରଂଜନ, ସଂଜୀବ ସାହୁ, ଅଶୋକ ସାହୁ , ରାମ ଘିବେଲା, ପ୍ରମୁଖ ଯୋଗ ଦେଇଥିଲେ। ଏହି ଯାତ୍ରା ସମୟରେ ଗ୍ରାମରୁ ଜନସାଧାରଣଙ୍କ ଅଭିଯୋଗ ଉପରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ଅନେକ ସମସ୍ୟାର ସମାଧାନ କରାଯାଇଛି। ପୁଣି ଲୋକଙ୍କ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ବିଶାଳ ଆନ୍ଦୋଳନ ଗଢିତୋଳିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି।