ଭୁବନେଶ୍ୱର: କଥାରେ ଅଛି କାଳିଆ ସାଆନ୍ତର ଡୋରୀ ନ ଲାଗିଲେ କେହି ତାର ଦର୍ଶନ ପାଇପାରିବେ ନାହିଁ । ସତରେ ଜଗତର ନାଥ ଜଗନ୍ନାଥ ଭାରି ଲୀଳାମୟ । ଚକା ଆଖି ବଡ ଦେଉଳରେ ବସି ସବୁ ଦେଖୁଛି । କିଏ ତାଙ୍କ ପାଖକୁ କେଉଁ ଉଦ୍ଦେଶ୍ୟରେ ଯାଉଛି, ତାଙ୍କୁ ସବୁ ଜଣା । ତେବେ ବର୍ତ୍ତମାନ ଓଡିଶାର ରାଜନୀତି ଜଗା ପାଖରୁ ହିଁ ଆରମ୍ଭ । ସବୁ ନାଟ ଲଗେଇ ଦେଇ ବେଶ୍ ଚୁପ୍ ଚାପ ବସି ପଡୁଛି ଜଗା । ସେଥିପାଇଁ ତ କାଳିଆର ଲୀଳା ସଭିଙ୍କୁ ଅଜଣା । ତେବେ ପ୍ରାୟ କିଛି ଦିନ ହେବ ରାଜ୍ୟରେ ଜଗନ୍ନାଥ ଐତିହ୍ୟ ପ୍ରକଳ୍ପକୁ ନେଇ ତେଜିଛି ବିବାଦ ।
ମାତ୍ର କାହାର ଜଗା ପାଇଁ ଦରଦ ନଥିବା ଦେଖା ଯାଉଛି । ସମସ୍ତେ ନିଜ ନିଜର ସ୍ୱାର୍ଥ ସାଧନ ଲାଗି ଚଳାଛନ୍ତି ଭିତିରିଆ ରାଜନୀତିା ଐତିହ୍ୟ କରିଡର ବିବାଦ ଏବେ ଦିଲ୍ଲୀ ଦରବାରରେ ମୁଣ୍ଡ ଟେକିଛି । ମାତ୍ର ରାଜ୍ୟରେ ଏବେ ବି ଚୁପ୍ ବସିଛନ୍ତି ଲୋକେ । ଏ ଆମ ଓଡିଆଙ୍କ ଅସ୍ମିତାର କଥା । ଆମ ଭାବାବେଗ ସହ ଜଡ଼ିତ ମହାପ୍ରଭୁ । ସେ ହେଉଛନ୍ତି ଆମ ପରିଚୟ, ମାତ୍ର ଏବେ ଏହି ପରିଚୟକୁ କିଛି ଲୋକ ନଷ୍ଟ କରିବାକୁ ବସିଲେଣି । ବିରୋଧିଙ୍କୁ ପ୍ରସଙ୍ଗ ମିଳୁ ନଥିବା ବେଳେ ସରକାର ବ୍ୟାକଫୁଟ ଚାଲିଯିବାର ଭୟ ଭିତରେ ଚାଲିଛି ରାଜନୀତି । ପରଦା ପଛରେ ଅଭେଦ୍ୟ ପ୍ରାଚୀର ଭଳି ଏଠି କାମ କରୁଛି ସଲାସୁତୁରା । ରାଜ୍ୟରେ ପ୍ରତିଦ୍ୱନ୍ଦୀ କେନ୍ଦ୍ରରେ କୋଳା କୋଳି ଭିତରେ ଚାଲିଛି ଏଠି ରାଜନୀତି । ଶେଷରେ ସାଢେ ଚାରି କୋଟି ଓଡିଆଙ୍କ ଭାବା ବେଗ ସହ ଖେଳିବାକୁ ବସିଛନ୍ତି ଏ କଳା ପାହାଡମାନେ । ଏଠି ପ୍ରଶ୍ନ ଉଠୁଛି … କାହା ଅଧିନରେ ଅଛି ଏଏସଆଇ, କାହା ନିର୍ଦ୍ଦେଶନାମାରେ ଚାଲିଛି ଖୋଳାତଡ଼ା । ପୁରୀ ସାଂସଦଙ୍କ ପାଖରେ କଣ ସଠିକ୍ ରପେପାର୍ଟ ନାହିଁ ନା ସେ ଜାଣିବାକୁ ଚେଷ୍ଟା କରିନାହାନ୍ତି । ଅନ୍ୟ ପଟେ ଘର ପାଣି ବୁଡ଼ି ଆଣ୍ଟୁ ଏ ହେଲା ବେଳକୁ ସାଂସଦ କିନ୍ତୁ ପୁରୀରେ ଚଲାଇଛନ୍ତି ରାଜନୀତି । ସାଂସଦ ଅପରାଜିତା ଭୁବନେଶ୍ୱର ବିକାଶ କଥା ଭୁଲି ପୁରୀରେ ବିକାସ କେତେ ହୋଇଛି ତାର ହିସାବ ନିକାସ କରିଛନ୍ତି ।
ସେପଟେ ରାଜଧାନୀରେ ବିଭିନ୍ନ ସମସ୍ୟା ଥିବା ବେଳେ ମ୍ୟାଡାମ ଅପରାଜିତା କିନ୍ତୁ ଏବେ ପୁରୀ ପାଇଁ କରୁଛନ୍ତି ରାଜନୀତି । ଠାକୁରଙ୍କୁ ଦର୍ଶନ କରିବାକୁ ଯିବେ ତେବେ ଏତେ ପ୍ରହଶନ କଣ ପାଇଁ । ଯଦି ଠାକୁର ଦର୍ଶନ ଲାଗି ଯାଉଛନ୍ତି ତାହାଲେ ଏତେ କ୍ୟାମେରା କାହିଁକି ଥିଲା ମ୍ୟାଡାମଙ୍କ ପଛରେ । ମ୍ୟାଡାମ ଅପରାଜିତାଙ୍କ ଏହା ରୋଡ ଶୋ ଥିଲା ନା ମାଇଲେଜ ଶୋ । ରାଜନୀତି କରିବାକୁ ଅନେକ ଜିନିଷ ଅଛି ହେଲେ ଏଠି ଏ ଡ୍ରାମା କାହିଁକି । ନା ମନ୍ଦିର ତଳୁ କିଛି ଗୁପ୍ତ ଧନର ରହସ୍ୟ ମିଳି ଯାଇଛି ମ୍ୟାଡାମଙ୍କୁ । ସେଥିପାଇଁ ବୋଧେ ମ୍ୟାଡାମ ଅପରାଜିତା ଦେଖାଇଥିଲେ ଜଗନ୍ନାଥଙ୍କ ପ୍ରତି ନାହିଁ ନଥିବା ଭକ୍ତି । ତେବେ ଏହା ଦର୍ଶନ ଥିଲା ନା ରାଜନୈତିକ ଶରଣ । ଇତିହାସ ସାକ୍ଷୀ ଅଛି କି ମହାପ୍ରଭୁଙ୍କୁ ନେଇ ଯିଏ ବି ମାଇଲେଜ ନେବାକୁ ଚେଷ୍ଟା କରିଛି ସେ ଧ୍ୱଂସ ହୋଇଯାଇଛିା ତେବେ ଜନତା ଏଠି ସର୍ବ ଶକ୍ତିମାନ । ସେ ହିଁ ନିର୍ଦ୍ଧାରଣ କରିବେ କଣ ଠିକ୍ ଆଉ କଣ ଭୁଲ୍ ।