ଦିନ ଦ୍ୱିପହରରେ ଜଳିଲା କଟକ ଭୂବନେଶ୍ୱର ରାସ୍ତା

ଭୂବନେଶ୍ୱର : ଆଜି ଦିନ ଦ୍ୱିପହରରେ କଟକରୁ ଭୂବନେଶ୍ୱର ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥରେ ହଠାତ ନିଆଁ ଲାଗିଯିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାରୁ ଲୋକମାନେ ସାହାସ କରି ଆଗକୁ ବଢିନଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ସହ ଅଗ୍ନିଶମ ବିଭାଗ ପହଞ୍ଚି ୨ଟି ଦମକଳ ଦ୍ୱାରା ୨ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା ।

ସୂଚନାନୁଯାୟୀ ଗତମାସ ସେହି ସ୍ଥାନରେ ମୋବିଲ ବୋଝେଇ ଟ୍ୟାଙ୍କର କଣା ହୋଇ ସେଠାରେ ମୋବିଲ ଢଳିଯାଇ ଥିଲା । ଚାହୁଁ ଚାହୁଁ ଶହ ଶହ ଲିଟର ମୋବିଲ ସେଠାରେ ପଡିଥିଲା । ଏହି ଘଟଣା ପରେ ପ୍ରାୟ ୮ଜଣ ବାଇକ ଆରୋହୀ ଚକା ଖସି ଯିବାରୁ ଆହତ ହୋଇଥିଲେ । ପରେ ସେଠରେ ପାହାଳ ଥାନା ଅଧିକାରୀ ପହଞ୍ଚି ମୋବିଲ ଉପରେ ବାଲି ପକାଇ ଥିଲେ । ଏବଂ ସେହିଠାରେ ଆଜି କୋଣସି ବ୍ୟକ୍ତି ନିଆଁ ଲଗାଇ ଦେଇଥିଲେ ।