ସୁବଳୟା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ସୁବଳୟା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗ ଶିବିର ଓ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ରକ୍ତଦାନ ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ସ୍ବାସ୍ଥ୍ୟମେଳାରେ ୧୨୨୩ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ପ୍ରକାଶ। ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହ ପ୍ରଦୀପ ପ୍ରଜ୍ବଳନ କରି ମେଳାକୁ ଉଦଘାଟନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଉପଜିଲାପାଳ ଅଶୋକ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, ସମିତି ସଭ୍ୟ ଲିଲି ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।