ଦୁଷ୍କର୍ମକାରୀ ଆଶାରାମଙ୍କ ଆଶ୍ରମ ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର
ଆତ୍ମଘୋଷିତ ବାବା ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତର ପାର୍କିଂ ହୋଇଥିବା କାର ଭିତରୁ ମିଳିଛି ଏକ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ।
(ଦିଲ୍ଲୀ) : ଆତ୍ମଘୋଷିତ ବାବା ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତର ପାର୍କିଂ ହୋଇଥିବା କାର ଭିତରୁ ମିଳିଛି ଏକ ୧୪ ବର୍ଷୀୟ ନାବାଳିକାର ମୃତ ଦେହ । ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଉଦ୍ଧାର ହୋଇଛି।
ତେବେ ଉତ୍ତରପ୍ରଦେଶରେ ଅଶାରାମଙ୍କ ଆଉ ଏକ ଆଶ୍ରମ ପରିସରରୁ ନାବାଳିକାର ମୃତ ଦେହ ଜବତ କରାଯାଇଛି। ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଷ୍କର୍ମ ମାମଲାରେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଛନ୍ତି ଆଶାରାମ ।
ତାଙ୍କୁ ଯୋଧପୁରର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ୧୬ ବର୍ଷୀୟ ନାବାଳିକାକୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ରେ ଯୋଧପୁର ଆଶ୍ରମରେ ସମ୍ପୃକ୍ତ ନାବାଳିକାକୁ ଯୋଧପୁର ଆଶ୍ରମରେ ଯୌନ ନିର୍ଯତନା ଦିଆଯାଇଥିଲା।