ହିଞ୍ଜିଳୁକାଟୁ: ଭିଜିଲାନ୍ସ ଜାଳରେ ସରକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ଷୁଦ୍ର ଜଳସେଚନ ବିଭାଗର ଏମ୍ଆଇ ଡିଭିଜନ୍ କାର୍ତ୍ତିକେଶ୍ୱର ରାଉଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ, ଓଡିଶା ଭିଜିଲାନ୍ସ କାର୍ଯ୍ୟାଳୟର ପରାମର୍ଶ କ୍ରମେ ୫ ଜଣ ଡିଏସପିଙ୍କ ନେତୃତ୍ୱରେ ୧୧ଜଣ ଇନିସପେକଟରଙ୍କୁ ନେଇ ଭଞ୍ଜନଗର ଇରିଜେସନ କୋଲିନ ଠାରେ ଥିବା ବାସ ଭବନ,ଖଲିକୋଟ ପୌତ୍ରୀକ ବାସ ଭବନ ଓ ଭବନେଶ୍ୱର ଖଣ୍ଡଗିରୀ ଠାରେ ଥିବା ବଡ ଅଟାଳିକା ଭଳି ଏକକାଳୀନ୬ ଟି ସ୍ଥାନରେ ଚଢାଉ ଆରମ୍ଭ କରିଛନ୍ତି । ଚଢାଉ ବେଳେ ଅନେକ ମାତ୍ରା ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି । ତେବେ ସଂପୂର୍ଣ୍ଣ ଚଢାଉ ସରିଲାପରେ ମୋଟ କେତେ ସମ୍ପତ୍ତି ରହିଛି ତାହା ଜଣା ପଡିବ । ଏବେବି ଭିଜିଲାନ୍ସ ଚଢାଉ ଜାରି ରଖିଛି ।