ଦୁର୍ଘଟଣାର ଶିକାର ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ

ଦୁର୍ଘଟଣାର ଶିକାର ହେଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପୁଅ

 (ଉତ୍ତର ପ୍ରଦେଶ) : ଦୁର୍ଘଟଣାର ଶିକାର ହେଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପୁଅ । ଜାଲୋନ ସ୍ଥିତ ଆଲମପୁର ବାଇପାସ୍ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି । ସୂଚନା ପାଇ କୋତଓ୍ବାଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଡି ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନାନୁଯାୟୀ , ନିଜ ଫର୍ଚ୍ୟୁନର୍ରେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଫଳରେ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗେଶ କୁମାର ମୌର୍ଯ୍ୟ ।