୧୫ କୋଟି ଲୋକଙ୍କୁ ମାଗଣାରେ ଶସ୍ୟ ଦେବେ ଯୋଗୀ ଆଦିତ୍ୟନାଥ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି ନେଇଛନ୍ତି ।

(ଉତ୍ତରପ୍ରଦେଶ) : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶର ନବଗଠିତ କ୍ୟାବିନେଟ୍ ଏହାର ପ୍ରଥମ ନିର୍ଣ୍ଣୟ ନେଇଛି । ଏହି ନିର୍ଣ୍ଣୟ ଉତ୍ତରପ୍ରଦେଶର ୧୫ କୋଟି ଲୋକଙ୍କ ପାଇଁ । ଏହି ଯୋଜନା ଅଧୀନରେ, ୧୫ କୋଟି ଗରିବ ପରିବାରର ଲୋକମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ମିଳୁଅଛି । ଏଥିରେ ପ୍ରତ୍ୟେକ ପରିବାରକୁ ଏକ କେଜି ଡାଲି, ଏକ କେଜି ରିଫାଇନ୍ ତେଲ, ଏବଂ ୧ କେଜି ଆୟୋଡିନ୍ ଯୁକ୍ତ ଲୁଣ ମଧ୍ୟ ଦିଆଯାଉଛି । ଏହା ବ୍ୟତୀତ ଅନ୍ତୋଦୟ ପରିବାରକୁ ୧ କିଲୋଗ୍ରାମ ଚିନି ମଧ୍ୟ ଦିଆଯାଉଛି । ଏହି ଯୋଜନା କେବଳ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଥିଲା, ଏବେ ଏହାକୁ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।