ଆରମ୍ଭ ହୋଇଯାଇଛି ବିଧାନସଭାର ବଜେଟ ଅଧିବେସନ
ଅନ୍ୟପକ୍ଷରେ ବଜେଟ ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ସହ ସମସ୍ତ ମନ୍ତ୍ରୀ ଓ ବିଧାୟକ ଗୃହରେ ଉପସ୍ଥିତ ରହିଛନ୍ତି ।
ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନ । ଦୀର୍ଘ ଦୀନ ପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ବଜେଟ ଅଧିବେଶନ ପାଇଁ ଉପସ୍ଥିତ ରିହିଛନ୍ତି । ଅନ୍ୟପକ୍ଷରେ ବଜେଟ ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ସହ ସମସ୍ତ ମନ୍ତ୍ରୀ ଓ ବିଧାୟକ ଗୃହରେ ଉପସ୍ଥିତ ରହିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ଏଣେ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।ତାହା ପରେ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ।

ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ।୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚଳିତ ବଜେଟ ଅଧିବେଶନରେ ଗୃହକାର୍ୟ୍ୟ ଚାଲିବ। ପ୍ରତ୍ୟେକ ଦିନ ଗୃହ କାର୍ୟ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ୟ୍ୟାୟ ୪ ରୁ ୬ଟା ଏପରି ଦୁଇଟି ପର୍ୟ୍ୟାୟରେ ୫ ଘଣ୍ଟା ଚାଲିବ ।

ପୂର୍ବରୁ କୋଭିଡ କଟକଣା ଯୋଗୁଁ ଅଧିବେସନ ଆରମ୍ଭ ହେବା ପୂର୍ବରୁ ବିଧାୟକ ସମେତ ଅନ୍ୟ ନେତା ମାନଙ୍କର କୋଭିଡ ପରୀକ୍ଷଣ କରାଯାଇଥିଲା । ଏଥିସହ ବର୍ତ୍ତମାନ ଅଧିବେଶନ ଗୃହରେ କୋଭିଡ୍ କଟକଣା ଅନୁଯାୟୀ ବିଧାୟକମାନଙ୍କର ବସିବା ବନ୍ଦୋବସ୍ତ କରାଯାଇଛି। ଲୋକସେବା ଭବନ, ଓକାକ ଏବଂ ଜ଼ିଲ୍ଲା କାର୍ୟ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଧାୟକମାନେ ଯୋଡ଼ି ହୋଇପାରିବେ। ଏହା ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ୍ ୬ଟି କାର୍ୟ୍ୟଦିବସ ରହିଛି। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ଅନ୍ୟପକ୍ଷରେ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା ।