ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମିଳିଲା ନର କଙ୍କାଳ । ତେବେ ସୂଚନା ଅନୁଯାୟୀ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ନର କଙ୍କାଳ ଏବଂ ଖପୁରୀ । ପାଖାପାଖି ୧୫ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଏତେ ସଂଖ୍ୟକ କଙ୍କାଳ କେଉଁଠାରୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି ।
ସୂଚନା ଅନୁଯାୟୀ, ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୧୫ଟି ଖପୁରୀ ସହ ନରକଙ୍କାଳକୁ ଠାବ କରିଛି ପୋଲିସ । ତେବେ ଏତେ ପରିମାଣ ନରକଙ୍କାଳ ଘଟଣାସ୍ଥଳକୁ କିପରି ଆସିଲା ? ଏହି ଘଟଣା ପଛରେ କଣ ରହିଛି ରହସ୍ୟ? ଏପରି ଅନେକ ଦିଗକୁ ନେଇ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।ଅନ୍ୟପକ୍ଷେ, ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।